ରାହୁଲ ଗାନ୍ଧୀଙ୍କୁ କେତେ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ? ସର୍ଭେ ରିପୋର୍ଟରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ଛତିଶଗଡରେ ଆସନ୍ତା ତିନି ମାସ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ବିଜେପିର ୧୫ ବର୍ଷ ଶାସନ ପରେ ୨୦୧୮ ରେ କଂଗ୍ରେସ ସରକାର ଗଠନ କରାଯାଇଥିଲା । ଯଦି ବିଜେପି କ୍ଷମତାକୁ ଫେରାଇବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିଜର ସ୍ଥିତି ବଜାୟ ରଖିବାକୁ ଚାହୁଁଛି । ଏହି ସମୟରେ ଗୁରୁବାର (ଅଗଷ୍ଟ ୧୭) ରେ ବିଜେପି ଛତିଶଗଡ ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ମଧ୍ୟ ପ୍ରକାଶ କରିଛି । ଏହାକୁ ଦୃଷ୍ଟିରେ ରଖି ସି-ଭୋଟର ଏକ ଅଲ ଇଣ୍ଡିଆ ସର୍ଭେ କରିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫେସକୁ ନେଇ ଜନସାଧାରଣ ମତ ଦେଇଛନ୍ତି ।

ସି-ଭୋଟର ଏହି ସର୍ଭେ ଗତ ମାସରେ ୧୮ ଜୁଲାଇରୁ ୧୯ ଅଗଷ୍ଟ ମଧ୍ୟରେ କରିଛି । ଏହି ସର୍ଭେ ସାରା ରାଜ୍ୟରେ ୧୮ ବର୍ଷରୁ ଅଧିକ ଭୋଟରଙ୍କ ମଧ୍ୟରେ ଫେସ୍ ଟୁ ଖେଫସ୍ ଆୟୋଜିତ କରାଯାଇଥିଲା । ଯେଉଁଥିରେ ଲୋକଙ୍କୁ ପଚରାଯାଇଥିଲା ଯେ, ରାଜ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କିଏ? ଯଦି ମୋଦୀ ଏବଂ ରାହୁଲଙ୍କ ମଧ୍ୟରେ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରାଯାଏ, ତେବେ ଆପଣ କାହାକୁ ବାଛିବେ? ଏହା ଉପରେ ଆସିଥିବା ଲୋକଙ୍କ ଉତ୍ତର ଆଶ୍ଚର୍ଯ୍ୟଜନକ ।

ଏହି ସର୍ଭେରେ ଛତିଶଗଡରେ ମୋଟ ୧୧ ଟି ଲୋକସଭା ଆସନ ଏବଂ ୯୦ ଟି ବିଧାନସଭା ଆସନକୁ କଭର୍ କରାଯାଇଛି । ଏହି ସର୍ଭେରେ ଜନସାଧାରଣଙ୍କୁ ପଚରାଯାଇଥିଲା ଯେ, ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟବାସୀ କିଏ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପସନ୍ଦ କିଏ? ୨୦୨୪ ରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ କେତେ ପ୍ରତିଶତ ଲୋକ ଜାଣନ୍ତି?

ପ୍ରଧାନମନ୍ତ୍ରୀଙ୍କ ପସନ୍ଦ କିଏ?

ନରେନ୍ଦ୍ର ମୋଦୀ – ୬୨%
ରାହୁଲ ଗାନ୍ଧୀ – ୨୦%
କେଜ୍ରିୱାଲ -୬%
ଯୋଗୀ – ୩%
ଅନ୍ୟମାନେ- ୯%
ଯଦି ଆପଣଙ୍କୁ ମୋଦୀ ଏବଂ ରାହୁଲଙ୍କ ମଧ୍ୟରେ ସିଧାସଳଖ ପ୍ରଧାନମନ୍ତ୍ରୀ ବାଛିବାକୁ ପଡିବ, ତେବେ ଆପଣ କାହାକୁ ବାଛିବେ?

ନରେନ୍ଦ୍ର ମୋଦୀ -୭୧%
ରାହୁଲ ଗାନ୍ଧୀ -୨୪%
ଦୁହିଁଙ୍କୁ ନୁହେଁ- ୪%
ଜଣା ନାହିିଁ – ୧% ।

Get real time updates directly on you device, subscribe now.