fbpx

୨୪ ଘଣ୍ଟାରେ ଆଉ ୧୪ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ, ସୂଚନା ଦେଲେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

ସୁନ୍ଦରଗଡ଼: ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି ସ୍କ୍ରବ ଟାଇଫସ୍ ରୋଗୀଙ୍କ ସଂଖ୍ୟା । ଏହା ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୪୪ରେ ପହଁଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଗତକାଲି ମଧ୍ୟରେ ଜିଲ୍ଲାରେ ଆଉ ୯ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି ପାଇଥିଲା। ଏଥିରେ ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ । ତେବେ ଏହି ରୋଗକୁ ଭୟ ନକରି ସଚେତନ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ସାମାନ୍ୟ ଜ୍ୱର କିମ୍ବା ସେପରି କୌଣସି ଲକ୍ଷଣ ଅନୁଭବ ହେଲେ ତୁରନ୍ତ ପରୀକ୍ଷା କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ସୁନ୍ଦରଗଡ ଜିଲ୍ଲାରେ ଏହି ରୋଗ ବଢ଼ିବାରେ ଲାଗିଛି । ଶନିବାର ୩୯ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିମଧ୍ୟରୁ ୯ଜଣଙ୍କର ପଜିଟିଭି ଥିବା ସୂଚନା ମିଳିଛି । ତେବେ କେବଳ ସୁନ୍ଦରଗଡ ନୁହେଁ ବଲାଙ୍ଗୀର ଓ ବରଗଡରେ ମଧ୍ୟ ଏହି ରୋଗର ଆତଙ୍କ ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏହିରୋଗ ଅଣାୟତ୍ତ ହୋଇପଡିଛି । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୫୧ରେ ପହଞ୍ଚିଛି ।

Get real time updates directly on you device, subscribe now.