fbpx

ଇଡି ଉପରେ କଡା ଟିପ୍ପଣୀ ଦେଲେ ସୁପ୍ରିମ କୋର୍ଟ: କହିଲେ ନିଜ କର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷ ରୁହନ୍ତୁ, ପ୍ରତିଶୋଧାତ୍ମକ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିଜ କାମରେ ଧ୍ୟାନ ଦେବା, ନିରପେକ୍ଷ ତଦନ୍ତ କରିବାକୁ ଏବଂ ପ୍ରତିଶୋଧ ନ ନେବାକୁ କହିଛନ୍ତି । ମନିଲଣ୍ଡରିଙ୍ଗ ମାମଲାରେ ରିଏଲଷ୍ଟେଟ ସମୁହ ଏମ ୩ ଏମକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଉପରେ ଶୁଣାଣି ବେଳେ ଏଏସ ବେପନ୍ନ ଏବଂ ସଞ୍ଜୟ କୁମାରଙ୍କ ପୀଠ କହିଥିଲେ ନିର୍ଦ୍ଦେଶକ ପଙ୍କଜ ଏବଂ ବସନ୍ତ ବଂଶଲଙ୍କୁ ମନିଲଣ୍ଡରିଂ ମାମଲାରେ ପଚରାଉଚରା କରାଯିବା ପାଇଁ ୧୪ ଜୁନରେ ତାଙ୍କୁ ଡକା ଯାଇଥିଲା । ଏବଂ ଦୁଇ ଜଣଙ୍କୁ ସେହି ଦିନ ଦୁଇଜଣଙ୍କ ନାରେ ଥିବା ଅନ୍ୟ ମାମଲାରେ ଗିରଫ କରାଯାଇଥିଲା ।

ଦୁଇଜଣ ନିର୍ଦ୍ଦେଶକ ଟଙ୍କା ଲୁଟିବା ଆକ୍ଟ (PMLA) ଧାରା ୧୯ରେ ଗରଫ କରିବା ପାଇଁ କହିଥିଲେ । ଏହା ପରେ ପଞ୍ଜାବ ହରିଆନା ନ୍ୟାୟାଳୟ ଉପରେ ପ୍ରଶ୍ନ ଉଠିଥିଲା । ଯେଉଁ ଥିରେ ସେମାନଙ୍କ ଗିରଫକୁ ରଦ୍ଦ କରିବାକୁ ମନା କରାଯାଇଛି । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ମୁଖ୍ୟନ୍ୟାୟାଳୟ । ତେବେ ସେମାନଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବରେ ଦେବାକୁ ସୁପ୍ରିମ କୋର୍ଟ କହିଛନ୍ତି । ଏହା ଛଡା ମୌଖିକ ଭାବରେ କହିଲେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏହା ଛଡା ସୁପ୍ରିମ କୋର୍ଟ କହିଛନ୍ତି ଇଡି ତାହାର ମନମାନୀ କରିବାକୁ ଲାଗିଛି । ଯାହା ଫଳରେ କୋର୍ଟଙ୍କ ସମେତ ସାଧାରଣ ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ପାଇଁ ସୁପ୍ରିମ କୋର୍ଟ ଇଡି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଛଡା ସୁପ୍ରିମକୋର୍ଟ କହିଛନ୍ତି ଧାରା ୧୯ କୁ ଠିକ ଭାବରେ ପାଳନ କରିବା ପାଇଁ ସୁପ୍ରିମକୋର୍ଟ ଇଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.