fbpx

LinkedIn Layoff: ପୁଣିଥରେ ଛଟେଇ କରିବାକୁ ଲିଙ୍କଡଇନର ଘୋଷଣା, ଏଥର ୬୬୮ ଲୋକ ହରାଇବେ ଚାକିରି

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନ୍ ପୁଣିଥରେ ନିଜ କର୍ମଚାରୀମାନଙ୍କୁ ଏକ ବଡ଼ ଝଟକା ଦେଇଛି । ଲିଙ୍କଡଇନ୍ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଛଟେଇ କରିବାକୁ ଯାଉଛି । ସୋମବାର ଦେଇଥିବା ବିବୃତ୍ତିରେ କମ୍ପାନୀ କହିଛି ଯେ, ଏଥର ୬୬୮ କର୍ମଚାରୀଙ୍କୁ ଛଟେଇ କରାଯିବ ।

ଲିଙ୍କଡଇନ୍ କହିଛି ଯେ, ଆଜିକାଲି କମ୍ପାନୀ ରାଜସ୍ୱ ଅଭିବୃଦ୍ଧି ମନ୍ଥର ଭାବରେ ଗତି କରୁଛି, ଯେଉଁଥିପାଇଁ ୬୬୮ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଞ୍ଜିନିୟରିଂରୁ ନେଇ ଫାଇନାନ୍ସ ଟିମଗୁଡିକରେ ଛଟେଇ ହେବ ବୋଲି କୁହାଯାଇଛି ।

ତେବେ କମ୍ପାନୀରେ ୨୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେଥିମଧ୍ୟରୁ ସମୁଦାୟ ୬୬୮ କର୍ମଚାରୀଙ୍କୁ ଛଟେଇ କରାଯିବ । ୨୦ ହଜାର କର୍ମଚାରୀଙ୍କ ମଧ୍ୟରୁ ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ବାହାର କରାଯିବ । ଏହାପୂର୍ବରୁ ମେ ମାସରେ ଲିଙ୍କଡଇନ୍ ୭୧୬ ଜଣଙ୍କୁ ଚାକିରିରୁ ବାହାର କରିଥିଲା । ଏଥି ସହିତ ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥର ୬୬୮ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିବ । ଏହି ବର୍ଷ ପ୍ରାୟ ୧୪୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦିଆଯିବ । ଚଳିତ ବର୍ଷ ଟେକ୍ କମ୍ପାନୀଗୁଡିକ ବହୁ ପରିମାଣରେ ଛଟେଇ କରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି । ବୈଷୟିକ କ୍ଷେତ୍ର ବର୍ଷର ପ୍ରଥମାର୍ଦ୍ଧରେ ୧ ଲକ୍ଷ ୪୧ ହଜାର ୫୧୬ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇଛି । ଏକ ବର୍ଷ ପୂର୍ବେ ପ୍ରାୟ ୬ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

ତେବେ ଛଟେଇ ଘଟଣା ମଧ୍ୟରେ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ୪୦ ହଜାର ପଦବୀରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଟିସିଏସ୍ ସିଇଓ ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଚଳିତ ଆର୍ôଥକ ବର୍ଷରେ କମ୍ପାନୀ ୪୦,୦୦୦ ଫେଶରଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି । ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି, “ଆମେ ସାଧାରଣତ ୩୫ ୩୫,୦୦୦ ରୁ ୪୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଥାଉ ଏବଂ ଏହି ଯୋଜନା ଚଳିତ ବର୍ଷ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ।

Get real time updates directly on you device, subscribe now.