OSSSC ଜାରି କଲା ଗୁରୁତ୍ୱପୂର୍ଣ୍ଣ ସୂଚନା: ୨୭୫୩ ପଦର ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର

ଗତ ଏପ୍ରିଲ ମାସରେ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ପ୍ରକାଶ ପାଇଥିବା ନିଯୁକ୍ତିକୁ ଆସିଛି ବଡ଼ ଖବର । ମୋଟ ୨୭୫ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମଲ୍ଟି ପରପୋଜ ହେଲଥ ୱାର୍କର (ଏମପିଏଚଡବ୍ଲ୍ୟୁ) ମହିଳା ଷ୍ଟାଫ ନର୍ସ ପଦରେ ନିଯୁକ୍ତି ଦିଆଯିବ । ଗତ ମେ ମାସରେ ଏନେଇ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଓଏସଏସଏସସି ପକ୍ଷରୁ କରିଜେଣ୍ଡମ୍ ଜାରି କରାଯାଇ ଆବେଦନ ଅବଧି ବୃଦ୍ଧି କରାଯାଇଥିଲା ।

ତେବେ ଏହା ମଧ୍ୟରେ ଏହି ନିଯୁକ୍ତିକୁ ନେଇ ଓଏସଏସଏସସି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରାଯାଇଛି । କମିଶନଙ୍କ ତରଫରୁ ଅନୁମୋଦିତ ହୋଇଥିବା ପରୀକ୍ଷା ସେଣ୍ଟରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ଡିସେମ୍ବର ମାସ ୩ ତାରିଖ ସକାଳ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଏହି ପରୀକ୍ଷା ଆୟୋଜିତ ହେବ । ପରୀକ୍ଷାର ୧୫ ଦିନ ପୂର୍ବରୁ ପ୍ରାର୍ଥୀଙ୍କ ଆଡମିଶନ ଲେଟର ଜାରି କରାଯିବା ସହିତ ଭେନ୍ୟୁ ଓ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ରହିଥିଲା । ପ୍ରାର୍ଥୀଙ୍କ ନିକଟକୁ ପୋଷ୍ଟ ମାଧ୍ୟମରେ ଆଡମିଶନ ଲେଟରର କୌଣସି ହାର୍ଡ କପି ପଠାଯିବ ନାହିଁ ।

ଏହି ଚାକିରି ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ । ସେହିପରି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର କୋହଳ କରାଯିବ । ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/MPHW-F-Full_advt-585.PDF

କରିଜେଣ୍ଡମ୍ ଲିଙ୍କ: https://www.osssc.gov.in/Docs/MPHW-WrittenTest-780.PDF