ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚାଲିଛି ରେଡ୍

କଟକ : ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ପୂର୍ତ୍ତ ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁ। ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡାରେ ଚାଲିଛି ଏହି ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୮ ଡିିଏସପି, ୮ ଇନିସ୍ପେକ୍ଟରଙ୍କ ସମେତ ୭ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ।

ଭୁବନେଶ୍ୱର ଖଣ୍ଡଗିରି ବିହାରରେ ଅଛି ତିନି ମହଲା ଘର। ଡେରାବିଶି ସଦାନନ୍ଦପୁରରେ ଅଛି ଦୁଇ ମହଲା ଘର। କେନ୍ଦ୍ରାପଡା ବଳରାମପୁର ଭଡ଼ା ଘରେ ଚଢ଼ାଉ ହୋଇଛି। ସାଲେପୁର ସରକାରୀ ବାସଭବନ ଏବଂ କେନ୍ଦ୍ରାପଡା ରାଇପୁରରେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି। କେନ୍ଦ୍ରାପଡା ବଡ଼ହାଟରେ ତାଙ୍କର ସହଯୋଗୀଙ୍କ ଏବଂ କେନ୍ଦ୍ରାପଡାରେ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉଜାରି ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.