fbpx

ଡିସେମ୍ବର ଶେଷ ସୁଦ୍ଧା ବିଜେପି ରାଜ୍ୟ ସଭାପତି ଚୟନ

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ବିଜେପିର ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି । ଦଳରେ କୌଣସି ଦ୍ୱନ୍ଦ ନାହିଁ । ୩୬ଟାରୁ ଆଜି ୧୭ଟି ଏବଂ ଆସନ୍ତାକାଲି ୧୬ଜିଲ୍ଲାର ସଭାପତି ଚୟନ ପ୍ରକ୍ରିୟା ହେବ ବୋଲି ପ୍ରଦୀପ୍ତ କହିଛନ୍ତି । ଭୁବନେଶ୍ୱର, ବଲାଙ୍ଗିର ଓ ସୋନପୁରରେ ସଭ୍ୟ ସଂଗ୍ରହ ବିଳମ୍ବିତ ହୋଇଥିଲା । ବିଳମ୍ବ ହେବା ଯୋଗୁଁ ୩ଟି ସାଙ୍ଗଠନିକ ଜିଲ୍ଲାରେ ପରେ ନିର୍ବାଚନ ହେବ । ଡିସେମ୍ବର ଶେଷ ସୁଦ୍ଧା ବିଜେପି ରାଜ୍ୟ ସଭାପତି ଚୟନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.