fbpx

କ’ଣ ଏହି ହ୍ୱାଇଟ୍ ଲଂଗ୍ ସିଣ୍ଡ୍ରୋମ ? ଜାଣନ୍ତୁ ଏହାର ଲକ୍ଷଣ…

ଚୀନରେ ବ୍ୟାପୁଥିବା ରହସ୍ୟମୟ ସଂକ୍ରମଣ ସାରା ଦେଶକୁ ଡରାଉଛି । ଚୀନରେ ପିଲାମାନଙ୍କ ମଧ୍ୟରେ ଦୃତ ଗତିରେ ନିମୋନିଆ ବ୍ୟାପିବାରେ ଲାଗିଛି ଯାହା ଏକ ଚିନ୍ତାଜନକ ବିଷୟ । ଚୀନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ଏହି ଫ୍ଲୁ ରୋଗ କୌଣସି ନୂତନ ସଂକ୍ରମଣ ଦ୍ୱାରା ବ୍ୟାପୁନି ବରଂ କୋଭେିଡ଼୍ କଟକଣା ଉଠାଯିବା କାରଣରୁ ପିଲାମାନଙ୍କ ମଧ୍ୟରେ ଫ୍ଲୁ ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଏକ ଶ୍ୱାସ ଜନିତ ରୋଗ ୱାଇଟ୍ ଲଂଗ୍ ସିଣ୍ଡ୍ରୋମ୍‌(White Lung Syndrome)କୁ ନେଇ ଚର୍ଚ୍ଚା ହେଉଛି । ଏହା ନିମୋନିଆ ରୋଗର ଏକ ଗମ୍ଭୀର ରୂପ ଯେଉଁଥିରେ ଛାତିର ‘ଏକ୍ସରେ’ ରେ ଧଳା ଦାଗ ଦେଖାଯାଇଥାଏ ।

‘ୱାଇଟ୍ ଲଂଗ୍ ସିଣ୍ଡ୍ରୋମ୍‌’ର ଳକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ । ତଥାପି କିଛି ସାଧାରଣ ଲକ୍ଷଣ ବିଷୟରେ ଜାଣିଲେ ଆମେ ସତର୍କ ହୋଇପାରିବା:
– ଅଧିକ ଦିନ ପର୍ଯ୍ୟନ୍ତ ଶୁଖିଲା କାଶ ହେବା/ କାଶ ହେଲେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ।
– ନିଶ୍ୱାସ ନେବାରେ ଅସୁବିଧା
– ଥକ୍କାପଣ
– ଭୋକ ନ ହେବା
– ଜ୍ୱର ହେବା

ବିଭିନ୍ନ କାରଣ ଯୋଗୁଁ ‘ୱାଇଟ୍ ଲଂଗ୍ ସିଣ୍ଡ୍ରୋମ୍‌’ ହୋଇଥାଏ ଯଥା:

ଭାଇରାଲ ସଂକ୍ରମଣ, ଫଙ୍ଗାଲ ସଂକ୍ରମଣ, ଅଟୋ ଇମ୍ୟୁନ୍ ରୋଗ(ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଉପରେ ପ୍ରଭାବ ପକାଇଥାଏ) । ‘ୱାଇଟ୍ ଲଂଗ୍ ସିଣ୍ଡ୍ରୋମ୍‌’ର ନିରାକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପାୟ ନାହିଁ । କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ ବା ଆଣ୍ଟିଭାଇରାଲ ଔଷଧ ଦିଆଯାଇପାରେ । ଅଧିକ ଗମ୍ଭୀର ସମସ୍ୟା ହେଲେ ଅମ୍ଳଜାନ ଥେରାପି ବା ମେକାନିକାଲ୍ ଭେଣ୍ଟିଲେସନର ଆବଶ୍ୟକତା ହୋଇଥାଏ । ତଥାପି ଦୈନନ୍ଦିନ ଜୀବନଶୈଳୀରେ କିଛି ପରିବର୍ତ୍ତନ ଦ୍ୱାରା ଏହି ରୋଗ ଠାରୁ ନିଜକୁ ଦୂରେଇ ରଖି ପାରିବା ।

– ୱାଇଟ୍ ଲଂଗ୍ ସିଣ୍ଡ୍ରୋମର କାରଣ ପାଲଟିଥିବା କିଛି ଭାଇରସ ପାଇଁ ଇନ୍‌ଫ୍ଲୁଏଞ୍ଜା ଓ କୋଭିଡ୍‌-୧୯ ଭଳି ଟିକା ଉପଲବ୍ଧ ।
– ଫ୍ଲୁ, ଥଣ୍ଡା, କାଶ ବା କୌଣସି ସଂକ୍ରାମକ ରୋଗ ହୋଇଥିଲେ ନୟମିତ ବ୍ୟବଧାନରେ ହାତ ଧୁଅନ୍ତୁ ।
– ଧୂମପାନ ଠାରୁ ନିବୃତ୍ତ ରୁହନ୍ତୁ । ଏହା ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ ।
– ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ କରନ୍ତୁ ।
– ରୋଗୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।
– ଆବଶ୍ୟକ ହେଲେ ମାସ୍କ ପିନ୍ଧନ୍ତୁ ।

 

 

Get real time updates directly on you device, subscribe now.