fbpx

ଚାଣକ୍ୟ ନୀତି; ଏହି ଅଭ୍ୟାସ କାରଣରୁ ବ୍ୟକ୍ତିକୁ ସର୍ବଦା ପଡିଥାଏ ଅଭାବ

ଚାର୍ଯ୍ୟ ଚାଣକ୍ୟ ଉନ୍ନତି ପଥରେ ଆଗକୁ ଯିିବା ଓ ଜୀବନରେ ମହାନ୍ ଉପଲବ୍ଧି ଲାଗି କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ବହୁ ବ୍ୟକ୍ତି ଜୀବନରେ ଏପରି ବଦଭ୍ୟାସ ଆପଣାଇଥାନ୍ତି ଯେଉଁ କାରଣରୁ ବ୍ୟକ୍ତିକୁ ସର୍ବଦା ଅଭାବର ସାମ୍ନା କରିବାକୁ ପଡିଥାଏ ଓ ବ୍ୟକ୍ତିର ଆର୍ଥିକ ସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଆର୍ଥିକ ରୂପରେ ସୁଖୀ ଓ ସମୃଦ୍ଧ ରହିବା ଲାଗି ଚାଣକ୍ୟଙ୍କ ଖାସ୍ ନୀତି କ’ଣ ରହିଛି ।
ଲଢେଇ ଝଗଡାରୁ ଦୂରେଇ ରହନ୍ତୁ:
ଯେଉଁ ଘରେ ସର୍ବଦା ଗୃହ କ୍ଲେଶ ସ୍ଥିତି ରହିଥାଏ, ବ୍ୟକ୍ତିର କଥା ସର୍ବଦା କଟୁ ରହିଥାଏ ଏବଂ ଅଧିକାଂଶ ସମୟ ଅନ୍ୟର କ୍ଷତି ଚର୍ଚ୍ଚା ହୋଇଥାଏ ସେହି ଘରେ ସର୍ବଦା ଅଭାବ ଲାଗି ରହିଥାଏ ।
ଅଯଥା ଖର୍ଚ୍ଚରୁ ଦୂରେଇ ରହନ୍ତୁ:
ବିନା କୌଣସି ଯୋଜନାରେ ଧନ ଖର୍ଚ୍ଚ କରିବା ଦ୍ୱାରା ବ୍ୟକ୍ତିକୁ ପ୍ରାୟ ସମୟରେ ଧନାଭାବର ସାମ୍ନା କରିବାକୁ ପଡିଥାଏ । ଏଣୁ ଆୟ ଠାରୁ ଅଧିକ ବ୍ୟୟ କରନ୍ତୁ ନାହିଁ । ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ ।
ଲୋଭରୁ ଦୂରେଇ ରହନ୍ତୁ: ଚାଣକ୍ୟ ନୀତି ଅନୁସାରେ କଠୋର ପରିଶ୍ରମ ଓ ବ୍ୟକ୍ତିର ଗୁଣ ଜ୍ଞାନ ବଳରେ ଜୀବନର ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ବ୍ୟକ୍ତିର ଧନ, ସୁଖ ଓ ସଂପତ୍ତିର ଅଭାବ ରହି ନ ଥାଏ । ଏଣୁ ଲୋଭରୁ ସର୍ବଦା ଦୂରେଇ ରହନ୍ତୁ ଓ ସଚ୍ଚୋଟତାର ସହ ଧନ ଉପାର୍ଜନ କରନ୍ତୁ ।
ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ: ଯେଉଁଘର ଅଳିଆ ଅପରିଷ୍କାର ରହିଥାଏ ଓ ବ୍ୟକ୍ତି ସଫାସୁତୁରା ବସ୍ତ୍ର ପିନ୍ଧି ନ ଥାଏ ସେଠି ବ୍ୟକ୍ତିକୁ ସାରା ଜୀବନ ଦାରିଦ୍ର‌୍ୟତା ସାମ୍ନା କରିବାକୁ ପଡିଥାଏ ।
ଆଳସ୍ୟରୁ ଦୂରେଇ ରହନ୍ତୁ: ଆଳସ୍ୟରୁ ବ୍ୟକ୍ତିକୁ ଜୀବନରେ ଅସଫଳତା ପ୍ରାପ୍ତ କରିବାକୁ ପଡିଥାଏ । ଏଣୁ ଆଳସ୍ୟ ତ୍ୟାଗ କରି ନିଜ ଜୀବନ ଲକ୍ଷ୍ୟ ପ୍ରାପ୍ତ କରିବା ଲାଗି ଭରପୁର ଚେଷ୍ଟା କରନ୍ତୁ ।
ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ:  ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଯାଆନ୍ତି ଓ ବ୍ୟକ୍ତିକୁ ଧନାଭାବର ସାମ୍ନା କରିବାକୁ ପଡିଥାଏ ।

Get real time updates directly on you device, subscribe now.