fbpx

ପୋଷ୍ଟ ଅଫିସର ଏହି କ୍ଷୁଦ୍ର ସଞ୍ଚୟ ଯୋଜନାରେ ମିଳିଥାଏ ଅଧିକ ସୁଧ, ଆଜି ହିଁ କରନ୍ତୁ ନିବେଶ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ୍‌ର କ୍ଷୁଦ୍ର ସଞ୍ଚୟ ଯୋଜନା ଅଧୀନରେ ଏପରି ବହୁ ସଞ୍ଚୟ ଯୋଜନା ପରିଚାଳିତ ହେଉଛି ଯେଉଁଥିରେ ନିବେଶକଙ୍କୁ ବିଭିନ୍ନ ପ୍ରକାର ଫାଇଦା ମିଳୁଛି । ଆଜି ଆମେ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା କି ବରିଷ୍ଠ ନାଗରିକଙ୍କ ଲାଗି ପୋଷ୍ଟ ଅଫିସ୍ ଦ୍ୱାରା ପରିଚାଳିତ କରାଯାଉଛି । ଏହି ଯୋଜନାର ନାମ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ । ଏହି ଯୋଜନାରେ ୮.୨% ସୁଧ ମିଳିଥାଏ । ସରକାରୀ ଯୋଜନା ହୋଇଥିବାରୁ ଏଥିରେ ଆପଣଙ୍କ ଟଙ୍କା ବୁଡିବାର ବି କୌଣସି ଭୟ ନାହିଁ ।

ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ବା ଏସସିଏସଏସ୍ ପୋଷ୍ଟ ଅଫିସ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଲାଗି ପରିଚାଳନା କରାଯାଉଥିବା ଏକ ଯୋଜନା । ଏହି ଯୋଜନାରେ ୮.୨% ସୁଧ ଦିଆଯାଇଥାଏ ଓ ଏହା ପୋଷ୍ଟ ଅଫିସ୍ ପକ୍ଷରୁ ସବୁଠାରୁ ଅଧିକ ସୁଧ ପ୍ରଦାନ କରାଯାଉଥିବା ଯୋଜନା ମଧ୍ୟରୁ ଅନ୍ୟତମ । ଏହି ଯୋଜନାରେ ଆପଣଙ୍କୁ ଏକକାଳୀନ ଟଙ୍କା ଜମା କରିବାକୁ ହେବ । ଏହାପରେ ଆପଣଙ୍କୁ ସୁଧ ମିଳିବା ଆରମ୍ଭ ହୋଇଯିବ ।

ଆୟକର ଆଇନ ଧାରା ୮୦ସି ଜରିଆରେ ଏହି ଯୋଜନାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ରାଶି ଉପରେ ଟିକସ ଛାଡ ବ୍ୟବସ୍ଥା ରହିଛି । ଏହି ଯୋଜନାରେ ଆପଣ ୩୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ଯଦି କୌଣସି ବ୍ୟକ୍ତି ନିଜ ଅବସରକାଳୀନ ଟଙ୍କାକୁ କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏହା ତାଙ୍କ ଲାଗି ସବୁଠାରୁ ଭଲ ବିକଳ୍ପ ହେବ ।
ଏହି ସ୍କିମ୍‌ରେ ଆପଣଙ୍କୁ ତ୍ରୈମାସ ଆଧାରରେ ସୁଧ ଭରଣା କରାଯିବ । ଏଥିରେ ଆପଣଙ୍କୁ ଏକ ନିୟମିତ ଆୟର ବାଟ ମିଳିଯିବ । ଆପଣ ଖୁବ୍ ସହଜରେ ନିକଟବର୍ତ୍ତୀ ପୋଷ୍ଟ ଅଫିସକୁ ଆସି ଏସସିଏସଏସ ଖାତା ଖୋଲାଇ ପାରିବେ । ଏଥିପାଇଁ ପାନ୍ ଓ ଆଧାରର ଆବଶ୍ୟକତା ରହିଛି । ଏଥିରେ ଅତି କମ୍‌ରେ ୧,୦୦୦ଟଙ୍କା ଓ ସର୍ବାଧିକ ୩୦ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ ।

Get real time updates directly on you device, subscribe now.