ପାର୍ଟନରଙ୍କୁ କ୍ରୋଧରେ କୁହନ୍ତୁ ନାହିଁ ଏପରି କଥା, ସମ୍ପର୍କରେ ପଡ଼ିପାରେ ଫାଟ…

ଓଡ଼ିଶା ଭାସ୍କର: ଅନେକ ସମୟରେ ଲୋକମାନେ କୌଣସି ନା କୌଣସି କାରଣ ପାଇଁ କ୍ରୋଧିତ ହୋଇଥାନ୍ତି । ଏହା ସ୍ୱାଭାବିକ ପ୍ରକ୍ରିୟା ଅଟେ । କୋଧରେ ମଣିଷ ହିତାହିତ ଜ୍ଞାନ ଭୁଲି ଯାଇଥାଏ । ଫଳରେ କୋଧ ବଶତଃ ସାମ୍ନା ଲେକଙ୍କ ପାଇଁ ଆମେ ଅନେକ ଅପଶବ୍ଦ ବ୍ୟବହାର କରିଥାଉ । ଏହା ଆମ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ଆଜିକାଲିର ୟଙ୍ଗ କପଲଙ୍କ ମଧ୍ୟରେ ଏହା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ସେମାନଙ୍କ କ୍ଷେତ୍ରରେ ଧୈର୍ଯ୍ୟ ଓ ସହିଷ୍ଣୁତାର ଅଭାବ ଦେଖା ଦେଇଥାଏ ଫଳରେ ଟିକେ ଟିକେ କଥାରେ ପାର୍ଟନରଙ୍କ ସହ ଝଗଡ଼ା କରିଥାନ୍ତି । ବେଳେ ବେଳେ ସେମାନେ ପାର୍ଟନରଙ୍କୁ ଏପରି କଥା କହିଥାନ୍ତି ଯଦ୍ୱାରା ସେମାନେ ପଛରେ ଅନୁତାପ କରିଥାନ୍ତି । ଫଳରେ ସେମାନଙ୍କ ସମ୍ପର୍କ ଭାଙ୍ଗିବାକୁ ବେଶି ଡେରି ଲାଗିନଥାଏ । ତେଣୁ ସମୟ ଥାଉ ଥାଉ ନିଜ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ଆସନ୍ତୁ ଜାଣିବା ପାର୍ଟନରଙ୍କୁ କ୍ରୋଧରେ କେଉଁ ସବୁ କଥା କହିବା ଉଚିତ ନୁହେଁ:

୧. ବ୍ରେକ୍‌ଅପ୍ କଥା: କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ କିଛି ସମୟ ପାଇଁ ଶାନ୍ତ ରହିଯାନ୍ତୁ । ରାଗିଯାଇ ବ୍ରେକ୍‌ଅପ୍ କରିବା କଥା ପାର୍ଟନରଙ୍କୁ ବହୁତ ଆଘାତ ଦେଇପାରେ । ସ୍ଥିର ମନରେ କଥାବାର୍ତ୍ତା ଦ୍ୱାରା କିଛି ସମସ୍ୟାର ସମାଧାନ ହୋଇପାରେ ।

୨. ସମ୍ପର୍କ ପାଇଁ ଅପଶବ୍ଦ ବ୍ୟବହାର କରିବା: କ୍ରୋଧ ବଶତଃ ନିଜ ସମ୍ପର୍କ ପାଇଁ କେବେ ଖରାପ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଉଦାହରଣ ସ୍ୱରୂପ ଅନେକ ସମୟରେ ‘ତୁମ ପାଇଁ ମୋ ଜୀବନ ନଷ୍ଟ ହୋଇଗଲା’, ‘ତୁମକୁ ଭଲପାଇବା ଭୁଲ’, ‘ତୁମ ସହ ଦେଖା ହେବା ମୋ ଦୁର୍ଭାର୍ଗ୍ୟ’ ଭଳି ବାକ୍ୟ ପାର୍ଟର ପାଇଁ ବ୍ୟବହାର କରିଥାଉ ।

୩. ପାର୍ଟନରକୁ ଅନ୍ୟ ସହ ତୁଳନା କରିବା: ମହିଳାମାନେ ବିଶେଷ କରି ନଜକୁ ଅନ୍ୟ କାହା ସହିତ ତୁଳନା କରିବାକୁ ପସନ୍ଦ କରିନଥାନ୍ତି । ଏହା ଦ୍ୱାରା ସେମାନେ ବହୁତ କ୍ରୋଧିତ ହୋଇଥାନ୍ତି । ଏହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ । ଏଭଳି ସ୍ଥିତିରେ ତୁରନ୍ତ କ୍ଷମା ମାଗିବା ବୁଦ୍ଧିମାନୀର ଲକ୍ଷଣ ଅଟେ ।

୪. ପାର୍ଟନରଙ୍କୁ ଅସମ୍ମାନ କରିବା: ଅଧିକାଂଶ ବ୍ୟକ୍ତି ନିଜ ପାର୍ଟନରଙ୍କ ଭୁଲକୁ ସମସ୍ତଙ୍କ ସାମ୍ନାରେ କହି ମଜାକ୍ ଉଡ଼ାଇ ଥାନ୍ତି । ଏହା ସହ ସେମାନଙ୍କ ବେଶ ପୋଷାକ, ଶୀକ୍ଷା, ଭାଷା ଓ ପରିବାରକୁ ନେଇ ଅନେକ କଥା କହିଥାନ୍ତି । ଆପଣଙ୍କ ଏପରି କଥା ପାର୍ଟନରଙ୍କ ମନକୁ ଆଘାତ କରିପାରେ । ପାର୍ଟନର ଆପଣଙ୍କ ଠାରୁ ଦୂରେଇଯିବାର ସମ୍ଭାବନା ମଧ୍ୟ ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କ୍ରୋଧ କାରଣରୁ ଶରୀରରେ ହର୍ମୋନାଲ ପରିବର୍ତ୍ତନ ଦେଖାଦେଇଥାଏ । ଏହା ଆମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅଧିକାଂଶ କ୍ଷେତ୍ରରେ କ୍ରୋଧ ଉପରେ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ । ତେବେ ନିୟମିତ ଯୋଗାଭ୍ୟାସ, ଧ୍ୟାନ, ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ସୁସ୍ଥ ଜୀବନଶୈଳୀ ଭଳି ଅଭ୍ୟାସ ଆପଣାଇବା ଦ୍ୱାରା କ୍ରୋଧ ଉପରେ ନିୟନ୍ତ୍ରଣ କରିବା ସହଜ ହେବା ସହ ଜୀବନ ସୁଖମୟ ହୋଇଥାଏ ।