fbpx

ଜର୍ଜିଆ ମେଲୋନୀ ହେଲେ Man of the Year, ପୁରୁଷଙ୍କ ଅହଂକାରକୁ ଭାଙ୍ଗି ବିଶ୍ୱ ପାଇଁ ସାଜିଛନ୍ତି ଉଦାହରଣ

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏଠିକାର ଏକ ସମ୍ବାଦପତ୍ର ମ୍ୟାନ ଅଫ୍ ଦି ଇୟର ଭାବରେ ଚୟନ କରିଛି । ତେବେ ଏହା ଉପରେ ବିବାଦ ବି ଆରମ୍ଭ ହୋଇଯାଇଛି । ବହୁ ମହିଳା ଅଧିକାର କାର୍ଯ୍ୟକର୍ତ୍ତା ଓ ସଂଗଠନ ଏହାକୁ ପୁରୁଷ ସତ୍ତାତ୍ମକ ଚିନ୍ତାଧାରା ସହ ଯୋଡି ଦେଇଛନ୍ତି । ଏମାନଙ୍କ ମତ ଜର୍ଜିଆଙ୍କୁ ତାଙ୍କ ଶକ୍ତି ପ୍ରଦର୍ଶନ ଲାଗି ପୁରୁଷ ବୋଲାଇବାର ଆବଶ୍ୟକତା ନାହିଁ ।

ଇଟାଲୀର ମିଲାନରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଲିବେରୋ କ୍ୱାଣ୍ଟିଡିଆନୋ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ(୪୬ ବର୍ଷ)ଙ୍କର ପ୍ରଶଂସା କରି ତାଙ୍କୁ ମ୍ୟାନ ଅଫ୍ ଦି ଇୟର ବୋଲି କହିଛି । ଜର୍ଜିଆଙ୍କ ପ୍ରଶଂସାରେ ଏହି ସମ୍ବାଦପତ୍ର ଲେଖିଛି, ଯୁଦ୍ଧର ଏହି ସମୟରେ ଆମେ ଏପରି ଜଣେ ନେତାଙ୍କୁ ଚୟନ କରିଛୁ ଯିଏ ଦେଖାଇଛନ୍ତି କି ସେ ଯୁଦ୍ଧ ଲଢିବା ଜାଣିଛନ୍ତି । ସମ୍ବାଦପତ୍ର ଲେଖିଛି ସେ ଏଇଥିପାଇଁ ଜର୍ଜିଆଙ୍କୁ ମ୍ୟାନ ଅଫ୍ ଦି ଇୟର ଭାବରେ ଚୟନ କରିଛି କି ସେ ଏକ ଭିନ୍ନ ଚିନ୍ତାଧାରା ଆପଣାଇ ଲିଙ୍ଗକୁ ନେଇ ଜାରି ରହିଥିବା ଲଢେଇରେ ବିଜୟ ଲାଭ କରିଛନ୍ତି । ସେ ପୁରୁଷଙ୍କ ଅହଂକାରକୁ ଭାଙ୍ଗିଛନ୍ତି ଆଉ ମହିଳାଙ୍କ ପରାଜୟବାଦ ମାନସିକତାକୁ ସମାପ୍ତ କରିଛନ୍ତି । ସେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା କାଚର ପ୍ରାଚୀରକୁ ସବୁଦିନ ପାଇଁ ଭାଙ୍ଗି ଦେଇଛନ୍ତି ।

ଲିବେରୋ କ୍ୱାଣ୍ଟିଡିଆନୋ ଏକ ଦକ୍ଷିଣପନ୍ଥୀ ବିଚାରଧାରା ସଂପନ୍ନ କାଗଜପତ୍ର । ସେହିପରି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ବି ଦକ୍ଷିଣପନ୍ଥୀ ନେତା କୁହାଯାଏ ।
ତେବେ ଜର୍ଜିଆ ମେଲୋନୀଙ୍କୁ ମ୍ୟାନ ଅଫ୍ ଦି ଇୟର ଚୟନ କରାଯିବାକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି । ବହୁ ବିରୋଧୀ ନେତା ଓ ମହିଳା ଅଧିକାର ସଂଗଠନ ଏହା ଉପରେ ଆପତ୍ତି ପ୍ରକାଶ କରିଛନ୍ତି । ଜର୍ଜିଆ ମେଲୋନୀ ଅକ୍ଟୋବର ୨୦୨୨ରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଦକ୍ଷିଣପନ୍ଥୀ ପାର୍ଟି ବ୍ରଦର୍ସ ଅଫ୍ ଇଟାଲୀର ନେତା ଅଟନ୍ତି । ଏହି ପାର୍ଟି ପାରମ୍ପାରିକ ପାରିବାରିକ ମୂଲ୍ୟର ସମର୍ଥକ ଓ ଅପ୍ରବାସୀଙ୍କ ବିରୋଧ କରିଥାଏ । ଏହା ବ୍ୟତିତ ଜର୍ଜିଆ ମେଲୋନୀଙ୍କ ପାର୍ଟି ଗର୍ଭପାତ ଓ ସମଲିଙ୍ଗୀ ବିବାହକୁ ମଧ୍ୟ ବିରୋଧ କରିଥାଏ ।

Get real time updates directly on you device, subscribe now.