fbpx

୪ ଦିନରେ ୧୧ ଜଣ କଲେ ଦୁଷ୍କର୍ମ, ନାବାଳିକାଙ୍କ ଦୁଃଖଭରା କାହାଣୀ, ସମସ୍ତ ଅଭିଯୁକ୍ତ ଗିରଫ

ବିଶାଖାପଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟିଛି । ଏଥିରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୋମବାର ଅର୍ଥାତ ୧ ଜାନୁଆରୀ ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ୪ ଦିନ ପର୍ଯ୍ୟନ୍ତ ଅଲଗା-ଅଲଗା ସମୟରେ ଭିନ୍ନ ଭିନ୍ନ ଲୋକେ ନାବାଳିକା ସହ ଦୁଷ୍କର୍ମ କରିଛନ୍ତି । ନାବାଳିକା ସହ ପ୍ରଥମେ ଜଣେ ଦିନ ମଜୁରିଆ ଏବଂ ତାଙ୍କ ସାଙ୍ଗ ଦୁଷ୍କର୍ମ କରିଛନ୍ତି । ଯାହାପରେ ସେ ଅତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଯେତେବେଳେ ଝିଅଟି ଆତ୍ମହତ୍ୟା କରିବାକୁ ଗଲା ସେତେବେଳେ ସେହି ଝିଅକୁ ଜଣେ ପର୍ଯ୍ୟଟକ ଫଟୋଗ୍ରାଫର ସହ ଭେଟ ହୋଇଥିଲା । ଫଟୋଗ୍ରାଫର ସେହି ପିଡ଼ିତାଙ୍କୁ ଏକ ଲଜ୍ ନେଇ ରଖିଥିଲା । ଏହାପରେ ସେହି ଝିଅ ସହ ଫଟୋଗ୍ରାଫର ଦୁଷ୍କର୍ମ କରିବା ପରେ ତା’ର ଆଉ ୮-୯ ଜଣ ସାଙ୍ଗଙ୍କୁ ଡାକି ପିଡିତାଙ୍କ ସହ ଦୁଷ୍କର୍ମ କରାଇଥିଲା ।

ବର୍ତ୍ତମାନ ଏହି ଘଟଣାରେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ସହ ପ୍ରଥମେ ୧୭ ଡିସେମ୍ବର ଦିନ ହୋଇଥିଲା । ଏହାପରେ ଡିସେମ୍ବର ୨୦, ୨୧ ଏବଂ ୨୨ ତାରିଖ ଦିନ ଦୁଷ୍କର୍ମ ହୋଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ ଅନେକ ଅନୁସନ୍ଧାନ କରାଯାଇଛି । କୁହାଯାଉଛି ଯେ, ୧୮, ୧୯ ଡିସେମ୍ବର ଦିନ ମଧ୍ୟ ଅନେକ ଦୁଷ୍କର୍ମ ଘଟଣା ଘଟିଥିଲା । ଅଭିଯୁକ୍ତଙ୍କ ବିରୋଧରେ ପୋସ୍କୋ ଆକ୍ଟ ମାଧ୍ୟମରେ ମାମଲା ରୁଜୁ କରାଯାଇଛି ।

ପୋଲିସ କହିବାନୁସାରେ, ପୀଡ଼ିତା ଜଣକଙ୍କୁ ୧୭ ଡିସେମ୍ବର ଦିନ ଜନ୍ମ ଦିନ ପାଳନ କରିବା ବାହାନାରେ ଝାଡ଼ଖଣ୍ଡର ଏକ ଶ୍ରମିକ ଏକ ରୁମକୁ ତାକୁ ନେଇ ଯାଇଥିଲା । ପରେ ଏପରି କ୍ରମରେ ତାଙ୍କ ସହ ଦୁଷ୍କର୍ମ ଘଟିଥିଲା । ହେଲେ ପୀଡ଼ିତା ଜଣକ ୨୨ ତାରିଖ ଦିନ ଏମାନଙ୍କ କବଳରୁ ଖସିଯିବାରେ ସଫଳ ହୋଇଥିଲା ଏବଂ ଏହି ସହର ଛାଡି ପଳାୟନ କରିଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡ଼ିତାଙ୍କ ମାଆ-ବାପା ଏଫଆଇଆର ପଞ୍ଜିକୃତ କରିବା ପରେ ସେ ଓଡ଼ିଶାରେ ମିଳିଥିଲା ଏବଂ ତାଙ୍କୁ ୨୫ ଡିସେମ୍ବରକୁ ବିଶାଖାପାଟଣା ଅଣାଯାଇଥିଲା ।

Get real time updates directly on you device, subscribe now.