fbpx

ରେଳବାଇରେ ଆପ୍ରେଣ୍ଟିସ ପୋଷ୍ଟ ପାଇଁ ପଦବୀ ଖାଲି, ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧୦

ଓଡ଼ିଶା ଭାସ୍କର: ରେଳବାଇରେ ଆପରେଣ୍ଟିସ ପୋଷ୍ଟ ପାଇଁ ବମ୍ପର ନିଯୁକ୍ତି ସୁଯୋଗ । ଭାରତୀୟ ରେଳବାଇରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏନେଇ ରେଳବାଇ ନିଯୁକ୍ତି ସେଲ୍ ଜୟପୁର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ବିଜ୍ଞପ୍ତ ଅନୁଯାୟୀ ରେଳବାଇରେ ଆପ୍ରେଣ୍ଟିସ ପୋଷ୍ଟ ପାଇଁ ପଦବୀ ଖାଲିଥିବା ବେଳେ ଏଥିପାଇଁ ଆବେଦନ ପ୍ରକ୍ରିଆ ଜାନୁଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ।

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ rrcjaipur.in ମାଧ୍ୟମରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୦, ୨୦୨୪ । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ରେଲୱେରେ ୧୬୪୬ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ । ଏଥିପାଇଁ ପ୍ରାର୍ଥୀଜଣଙ୍କ କୌଣସି ସ୍ୱିକୃତି ପ୍ରାପ୍ତ ବୋର୍ଡ଼/ ଅନୁଷ୍ଠାନରୁ ଦଶମ ପାସ୍ କରିଥିବେ । ଏହା ସହ ପ୍ରାର୍ଥୀଙ୍କର ଆଇଟିଆଇ ଆପ୍ରେଣ୍ଟିସ୍ ଟ୍ରେନିଂ ସାର୍ଟିଫିକେଟ୍ ରହିବା ଉଚିତ ।
ବୟସ ସୀମା: ବିଜ୍ଞପ୍ତି ଅନୁଯାୟୀ ଆବେଦନ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ରଖାଯାଇଛି । ଏଥି ସହିତ ଆବେଦନ କରୁଥିବା ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିଲାକ୍ସେସନ୍ ବ୍ୟବସ୍ଥା ରହିଛି ।
ଆବେଦନ ଶୁଳ୍କ: ରେଳବାଇ ନିଯୁକ୍ତି ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ପଡ଼ିବ । SC/ST/PwBD ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ଚୟନ ପ୍ରକ୍ରିୟା: ଏହି ନିଯୁକ୍ତିରେ ମନୋନିତ ପ୍ରାର୍ଥୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଯୋଗ୍ୟତା ତାଲିକାରେ ଅନ୍ତର୍ଭୁକ୍ତ ହେବେ । ଦଶମ ଶ୍ରେଣୀରେ ପ୍ରାପ୍ତ ମୋଟ୍ ମାର୍କରୁ ୧୫% ୱେଟେଜ୍ ସହ ଆଇଟିଆଇରୁ ୧୫% ୱେଟେଜ୍ ଦିଆଯିବ । ମେରିଟ୍ ଲିଷ୍ଟରେ ଥିବା ପ୍ରାର୍ଥୀମାନେ ଖାଲିଥିବା ପଦବୀରେ ନିଯୁକ୍ତ ହେବେ ।

Get real time updates directly on you device, subscribe now.