fbpx

ଟାଟା ଗ୍ରୁପ କିଣିବ ୨ଟି କମ୍ପାନୀ

ନୂଆଦିଲ୍ଲୀ: ଟାଟା ଗ୍ରୁପର କମ୍ପାନୀ, ଟାଟା କନଜ୍ୟୁମର ପ୍ରଡ଼କ୍ଟ୍‌ସ ଲିମିଟେଡ଼(TCPL) ଦୁଇଟି କମ୍ପାନୀ କିଣିବ । କ୍ୟାପିଟାଲ ଫୁଡ୍ସ ପ୍ରାଇଭେଟ ଲିମିଟେଡ଼ ଏବଂ ଅର୍ଗାନିକ ଇଣ୍ଡିଆ ନାମକ ଦୁଇଟି କମ୍ପାନୀକୁ କିଣିବା ନେଇ ଶୁକ୍ରବାର ଘୋଷଣା କରିଛି । ଏକ ରିପୋର୍ଟରୁ ପ୍ରକାଶ ଯେ ଏହି ଅଧିଗ୍ରହଣରୁ ହେଲ୍‌ଥ ଆଣ୍ଡ ୱେଲନେସ୍ ଉତ୍ପାଦ ପାଇଁ ଏକ ପ୍ଲାଟଫର୍ମ ନିର୍ମିତ ହେବ ଯଦ୍ୱାରା ଚା’, ହର୍ବାଲ ସପ୍ଲିମେଣ୍ଟ ଏବଂ ପ୍ୟାକେଜ୍ ଖାଦ୍ୟ ସହ ଜୈବିକ ପ୍ରଡ଼କ୍ଟ୍‌ର ଉତ୍ପାଦନ ପାଇଁ ନୂତନ ମାର୍ଗ ଖୋଲିବ । ଟାଟା ଗ୍ରୁପର FMCG  କମ୍ପାନୀ TCPL ଏକ ବିବୃତ୍ତିରେ ପ୍ରକାଶ କରିଛି ଯେ ୫,୧୦୦ କୋଟି ଟଙ୍କାର ଏଣ୍ଟରପ୍ରାଇଜ୍ ମୂଲ୍ୟ ଉପରେ ପର୍ଯ୍ୟାୟକ୍ରମେ ୧୦୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିବ । ଏହା ସହ TCPL ଆହୁରି ମଧ୍ୟ କହିଛି ଯେ ଟାଟା ଗ୍ରାହକଙ୍କ ଷ୍ଟ୍ରାଟେଜିକ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଉଚ୍ଚ ମାର୍ଜିନ ବର୍ଗରେ ଏହାର ଉତ୍ପାଦ ପୋର୍ଟଫୋଲିଓ ଏବଂ ଟାର୍ଗେଟ ମାର୍କେଟକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.