fbpx

WATCH: ମୋଦୀଙ୍କୁ ରୂପାରେ ନିର୍ମିତ ଏକ ରାମ ମନ୍ଦିର ପ୍ରତିକୃତି ଉପହାର ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

ଓଡିଶା ଭାସ୍କର: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ଦେଶର ଇତିହାସରେ ଏକ ନୂଆ ଫର୍ଦ ଆଜିଠାରୁ ଯୋଡି ହୋଇଛି। ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାମଲଲାଙ୍କ ପ୍ରତିମୂର୍ତ୍ତିକୁ ପ୍ରତିଷ୍ଠା କରିବାର କାର୍ୟ୍ୟକ୍ରମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ରୀତିନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠାକୁ ସମାପ୍ତ କରିଛନ୍ତି। ଅନ୍ୟପଟେ ଏହି ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ପରିସରକୁ ଆସିଥିବା ଅତିଥିମାନଙ୍କୁ ସମ୍ବୋଧିତ କାର୍ଯ୍ୟକ୍ରମ ଜାରି ରହିଛି। ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଉପହାର ପ୍ରଦାନ କରିଛନ୍ତି। ସେ ମୋଦୀଙ୍କୁ ଏକ ରୂପାରେ ନିର୍ମିତ ଏକ ରାମ ମନ୍ଦିର ପ୍ରତିକୃତି ଉପହାର କରିଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଆନନ୍ଦର ସହ ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.