fbpx

ଘରୁ ବାହାରିବା ପୂର୍ବରୁ କାହିଁକି ଖାଇବା ଦହି- ଚିନି ? ଜାଣନ୍ତୁ

ଘରୁ ବାହାରୁଥିବା ବେଳେ ବା କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । କିନ୍ତୁ ମିଠା ଦହି ଖାଇ ଘରୁ ବାହାରିଲେ କଣ ସୁଫଳ ମିଳେ ବୋଲି ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହି ପରମ୍ପରା ପଛରେ ଥିବା ବୈଜ୍ଞାନିକ କାରଣ ..

– ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି ।

– ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ । ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ ।

– ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ । ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

– ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ ।

– ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ ।

 

Get real time updates directly on you device, subscribe now.