fbpx

ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଦେଶ ଦେଖିଲା ନାରୀ ପରାକ୍ରମ; ବିଶ୍ୱ ଦେଖିଲା ସେନାର ଶକ୍ତି, ଆତ୍ମନିର୍ଭର ଭାରତ

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତରେ ଗଣତନ୍ତ୍ର ଦିବସ ବେଶ୍ ହର୍ଷ ଉଲ୍ଲାସର ସହ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତବ୍ୟ ପଥରେ ଉପସ୍ଥିତ ଅଛନ୍ତି । ଆଜି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଚଳିତ ଥର ଗଣତନ୍ତ୍ର ଦିବସରେ ଭାଗ ନେବା ପାଇଁ ୧୩ ହଜାର ବିଶେଷ ଅତିଥିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି ।

ସକାଳ ୧୦ଟା ୩୦ ମିନିଟ୍ ସମୟରୁ ପ୍ୟାରେଡ୍ ଆରମ୍ଭ ହୋଇଯାଇଛି । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଦିଲ୍ଲୀ ପୋଲିସ ପ୍ୟାରେଡ୍‌ରେ କେବଳ ମହିଳା ପୋଲିସକର୍ମୀ ସାମିଲ ହୋଇଛନ୍ତି । ମାର୍ଚ୍ଚିଂରେ ମୋଟ ୧୯୪ ମହିଳା ହେଡ୍ କନେଷ୍ଟବଲ ଓ ମହିଳା କନଷ୍ଟେବଲ ଭାଗ ନେଇଛନ୍ତି । ଏହି ପ୍ୟାରେଡର ନେତୃତ୍ୱ ଆଇପିଏସ୍ ଅଫିସର ଶ୍ୱେତା କେ. ସୁଗଥନ ନେଇଛନ୍ତି । ଏହା ସହିତ କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳର ମହିଳା ବ୍ୟାଣ୍ଡ ଅମର ସେନାନୀର ଧୁନ୍ ବାଦନ କରୁଥିବାର ନଜର ଆସିଥିଲେ ।

Get real time updates directly on you device, subscribe now.