fbpx

ଇଡି ଅଫିସରଙ୍କ ବିରୁଦ୍ଧରେ ହେମନ୍ତ ସୋରେନ୍ ଦେଲେ ଏଫଆଇଆର୍‌, ତାତିଲେ ସମର୍ଥକ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀଙ୍କ ବିରୁଦ୍ଧରେ sc/st ଆକ୍ଟ ଜରିଆରେ ଏଫଆଇଆର୍ ଦାଖଲ କରିଛନ୍ତି । ଇଡିର ଟିମ୍ ଆଜି ରାଞ୍ଚିରେ ହେମନ୍ତ ସୋରେନଙ୍କୁ ପଚରାଉଚୁରା କରିବା ଲାଗି ଦ୍ୱିପ୍ରହର ୧ଘ. ୧୫ ମି.ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଇଡି ଟିମ୍ ଜମି ଘୋଟାଲାରେ ତାଙ୍କ ଭୂମିକାକୁ ନେଇ ପଚରାଉଚୁରା କରୁଛନ୍ତି । ୭ ଅଧିକାରୀଙ୍କ ଟିମ୍ ସହିତ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚିଥିଲେ । ହେମନ୍ତଙ୍କୁ ଇଡି ପକ୍ଷରୁ ଏ ପର୍ଯ୍ୟନ୍ତ ୧୦ଥର ସମନ ଜାରି କରାସରିଲାଣି ।

ତେବେ ଇଡିର ପଚରାଉଚୁରା ମଧ୍ୟରେ ରାଞ୍ଚିରେ ହେମନ୍ତ ସୋରେନଙ୍କ ସମର୍ଥକମାନେ ସକ୍ରିୟ ହୋଇଉଠିଛନ୍ତି ଓ ବହୁ ମାତ୍ରାରେ ଏକତ୍ରୀତ ହୋଇ ବିରୋଧ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜଣେ ଆଦିବାସୀ ନେତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ କଂଗ୍ରେସ ନେତା ବନ୍ନା ଗୁପ୍ତା କହିଛନ୍ତି ସୋରେନ୍ ଯାଞ୍ଚରେ ସବୁ ପ୍ରକାର ସହଯୋଗ କରୁଛନ୍ତି କିନ୍ତୁ ଏପରି ଯାଞ୍ଚକୁ ଠିକ୍ ଭାବରେ କରାଯିବା ସମ୍ବିଧାନିକ ସଂସ୍ଥାର କର୍ତ୍ତବ୍ୟ । ସୋରେନଙ୍କ ସମର୍ଥକମାନେ କହିଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ନିର୍ଦ୍ଦେଶରେ ଜାଣିଶୁଣି ହଇରାଣ କରାଯାଉଛି । ଏହା ବିରୁଦ୍ଧରେ ଆମେ ପୁରା ରାଜ୍ୟରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟିି କରିଦେବୁ ।

Get real time updates directly on you device, subscribe now.