fbpx

ଅବପାତର ରୂପ ନେଲା ଲଘୁଚାପ

ନୂଆଦିଲ୍ଲୀ, ୧ା୬: ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ବାତ୍ୟା ଆଶଙ୍କା ରହିଛି । ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.