fbpx

କୃଷକଙ୍କ ବିରୋଧ ପ୍ରଦର୍ଶନ, ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ଆଜି ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ କୃଷକମାନେ ବିଭିନ୍ନ ଦାବି ନେଇ ବିରୋଧ ପ୍ରଦର୍ଶନ କରିବେ । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଦାବି ପୂରଣକୁ ନେଇ ଚାପ ପକାଇବାକୁ କୃଷକ ଗୋଷ୍ଠୀ ଫେବୃଆରୀ ୭ ଏବଂ ୮ ତାରିଖରେ ‘କିଷାନ ମହାପଞ୍ଚୟତ’ ଡାକରା ଦେଇଛନ୍ତି । ଏହା ସହ ଦିଲ୍ଲୀରେ ସଂସଦ ପର୍ଯ୍ୟନ୍ତ ବିରୋଧ ରାଲି ପ୍ରଦର୍ଶନ କରାଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି । ତେବେ ଏହି ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗର ପୋଲିସ ପ୍ରଶାସନ ପକ୍ଷରୁ ଫେବୃଆରୀ ୭ ଏବଂ ୮ ତାରିଖରେ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ୧୪୪ ଧାରା ଲାଗୁ କରାଯାଇଛି । ସେହିପରି ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୂଚନାରୁ ପ୍ରକାଶ ଯେ ୨୦୨୩ ଡିସେମ୍ବରୁ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ା ବିକାଶ ପ୍ରାଧିକରଣ ଦ୍ୱାରା ଅଧିଗ୍ରହଣ ହୋଇଥିବା ଜମି ବଦଳରେ କ୍ଷତିପୂରଣ ଏବଂ ପ୍ଲଟ୍ ଦାବିକୁ ନେଇ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷେଭ ପ୍ରଦର୍ଶନ କରାଯାଉଛି । କିନ୍ତୁ ଦୀର୍ଘ ଦିନ ଧରି କୃଷକଙ୍କ ଦାବି ପୂରଣ ନହେବାରୁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଇବା ପାଇଁ ଏହି ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ କୃଷକ ସଂଗଠନର ଅଭିଯୋଗ ଅଛି ଯେ ଉକ୍ତ ପ୍ରାଧିକରଣ ଦ୍ୱାରା ସେମାନଙ୍କ ସମସ୍ୟାକୁ ଗମ୍ଭୀାତାର ସହ ନିଆଯାଉନାହିଁ । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ କୃଷକଙ୍କୁ ସାମିଲ କରାଯିବା ନେଇ କହିଛନ୍ତିି କୃଷକ ନେତା ସୁନିଲ ଫୌଜୀ । ଏହା ସହ ଫେବୃଆରୀ ୮ରେ ଦିଲ୍ଲୀ ସଂସଦ ଘେରାଉ କରିବା ପାଇଁ ଟ୍ରାକ୍ଟର ରାଲି ହେବ ବୋଲି ସୂଚନା ଦେଇଛନ୍ତି । ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ଏହି ସମୟରେ କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା, ଧାର୍ମିକ ଏବଂ ରାଜନୌତିକ ବା କୌଣସି ପ୍ରକାର ଶେଭାଯାତ୍ରା ଉପରେ ରୋକ୍ ଲାଗିଛି ।
ଦାଦରୀ, ତିଲପତା, ସୂରଜପୁର, ସିରସା, ରାମପୁର-ଫତେହପୁର ଏବଂ ଗ୍ରେଟର ନୋଏଡ଼ାର ଅନ୍ୟାନ୍ୟ ମାର୍ଗ ପାଇଁ ଟ୍ରାଫିକ୍ ପୋଲିସ ଦ୍ୱାରା ଆଡ୍‌ଭାଇଜରୀ ଜାରି କରାଯାଇଛି । ଏହା ସହ କୌଣସି ଅସୁବିଧା ହେଲେ ହେଲ୍ପଲାଇନ୍ ନମ୍ବର ୯୯୭୧୦୦୯୦୦୧ ରେ ସମ୍ପର୍କ କରିବା ପାଇଁ କୁହାଯାଇଛି ।

 

 

Get real time updates directly on you device, subscribe now.