fbpx

ବୀମା ସୁଗମ ପାଇଁ IRDAI ଜାରି କଲା ଡ୍ରାଫ୍ଟ ନିୟମ, ବିନା ଖର୍ଚ୍ଚରେ ନେଇପାରିବେ Insurance ଏବଂ ବୀମା ସେବା

ନୂଆଦିଲ୍ଲୀ: ଦେଶରେ ବୀମା ସୁଗମ ପାଇଁ ଆଇଆରଡିଏଆଇର ଯେଉଁ ଇଲେକ୍ଟ୍ରୋନିକ ମାର୍କେଟ ପ୍ଲେସକୁ ବହୁ ସମୟ ଧରି ଅପେକ୍ଷା କରାଯାଇଥିଲା, ତାହା ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ଇନସ୍ୟୁରାନ୍ସ ରେଗୁଲେଟର ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଇଲେକ୍ଟ୍ରୋନିକ ମାର୍କେଟପ୍ଲେସ ବୀମା ସୁଗମ ବା ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍‌ଚର ଉପରେ ଏକ ଏକ୍ସପୋଜର ଡ୍ରାଫ୍ଟ ଜାରି କରିଛି । ଏହାକୁ ଏକ ୱାନ-ଷ୍ଟପ ସଲ୍ୟୁସନ ବା ପ୍ରୋଟୋକଲ ଭାବେ ପରିଚିତ । ଯେଉଁଥିରେ ବୀମା ପଲିସି କିଣିବା, ବିକ୍ରି, ସର୍ଭିସିଙ୍ଗ ଏବଂ କ୍ଲେମ ସେଟଲମେଣ୍ଟ ଠାରୁ ନେଇ ଅଭିଯୋଗ ପର୍ଯ୍ୟନ୍ତ ସମାଧାନ କରାଯାଇପାରିବ ।

ଆପଣଙ୍କ ବୀମା ପଲିସି ସହ ଜଡିତ ସେବାଗୁଡ଼ିକର ଏକ ସିରିଜ ଏହି ବୀମା ସୁଗମ ନାମକ ଇଲେକ୍ଟ୍ରୋନିକ ମାର୍କେଟପ୍ଲେସରେ ମିଳିଯିବ । ଏହା ଭାରତରେ ବୀମା ପାଇଁ ୟୁନିର୍ଭସାଲ ଅର୍ଥାତ ଗୋଟିଏ ଭଳି ନିୟମ,ସୁବିଧା ଏବଂ ଗ୍ରିଏଭାନ୍ସ ରିଡ୍ରେସାଲ ବ୍ୟବସ୍ଥା କରାଇବ । ଇନସୁରାନ୍ସ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟୀ ଅଫ ଇଣ୍ଡିଆ ମଙ୍ଗଳବାର ଦିନ ପଲିସିହୋଲ୍ଡର୍ସ, ଇନସ୍ୟୁରାନ୍ସ ଏବଂ ମଧ୍ୟସ୍ଥିମାନଙ୍କୁ ଏକ ସାଧାରଣ ଡିଜିଟାଲ ପ୍ଲାଟଫର୍ମରେ ଆଣିବା ପାଇଁ ଡ୍ରାଫ୍ଟ ନିୟମ ଜାରି କରିଛି । ଏହା ଲମ୍ବା ସମୟ ପାଇଁ ପେଣ୍ଡିଙ୍ଗ ଯୋଜାନା ଥିଲା ।

ବୀମା ସୁଗମର ବିଶେଷତା:
-ଏଠାରେ ଅନଲାଇନ ମେର୍କଟପ୍ଲେସ ହେବ, ଯେଉଁଠାରେ ଜୀବନ, ସ୍ୱାସ୍ଥ୍ୟ ଏବଂ ଜେନେରାଲ ଇନସ୍ୟୁରାନ୍ସ ପଲିସିର ପରଚେଜ ଏବଂ ସେଲ୍ସ ସହ ପଲିସି ସର୍ଭିସିଙ୍ଗ, କ୍ଲେମ ସେଟଲମେଣ୍ଟ ଏବଂ ଅଭିଯୋଗ ନିବାରଣ ପରି ସେବାଗୁଡ଼ିକ ଫ୍ରୀରେ ମିଳିବ ।
-ଏହି ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଁଚିବା ପାଇଁ ଗ୍ରାହକଙ୍କୁ କୌଣସି ଚାର୍ଜ ଦେବାକୁ ପଡିବନାହିଁ ।
-ଏଥିରେ ଇନସ୍ୟୁରାନ୍ସ ପ୍ରଡକ୍ଟସ ଏବଂ ସର୍ଭିସେଜ ପର୍ଯ୍ୟନ୍ତ ଉପଲବ୍ଧତା ବୃଦ୍ଧି କରି ଭାରତରେ ବୀମା ଅନୁପ୍ରବେଶ ବୃଦ୍ଧି କରିବାରେ ସାହାଯ୍ୟ କରିବ ।
-ଆଇଆରଡିଏଆଇର ମାନ୍ୟତା ଅନୁଯାୟୀ, ବୀମା ସୁଗମ ଦୁଇ ବର୍ଷ ହେବ କାମ କରିଆସୁଛି । ପଲିସି ଧାରକମାନଙ୍କ ହିତ ପାଇଁ ସହାୟକ ହେବ ।

Get real time updates directly on you device, subscribe now.