ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଯୋଡ଼ି ଫ୍ରେଞ୍ଚ ଓପନ ୨୦୨୪ ଚାମ୍ପିୟନ ହୋଇଛନ୍ତି । ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଏହି ଟାଇଟଲ ଜିତିବା ସହିତ ସେମାନଙ୍କର ସପ୍ତମ ବିଶ୍ୱ ଟୁର ଟାଇଟଲ ଜିତିଛନ୍ତି । ଏହାପୂର୍ବରୁ ସାତ୍ୱିକ-ଚିରାଗ ଯୋଡ଼ି ୨୦୨୨ରେ ମଧ୍ୟ ଫ୍ରେଞ୍ଚ ଓପନ ଟାଇଟଲ ଜିତିଥିଲେ ।
ସାତ୍ୱିକ-ଚିରାଗ ଯୋଡ଼ି ଚଳିତ ବର୍ଷର ପ୍ରଥମ ଟାଇଟଲ ଭାବେ ଫ୍ରେଞ୍ଚ ଓପନ ଟାଇଲ ଜିତିଛନ୍ତି । ସେ ଫାଇନାଲରେ ପ୍ରତିପକ୍ଷ ଚାଇନିଜ ତାଇପେଇର ଲି ଝେ ହୁଏଇ-ୟାଙ୍କ ପୋ ଏଚସୁଆନଙ୍କୁ ମାତ୍ର ୩୬ ମିନିଟରେ ମାତ୍ ଦେଇଥିଲେ । ଭାରତୀୟ ଯୋଡ଼ି ଫାଇନାଲରେ ୨୧-୧୧, ୨୧,-୧୭ ସେଟରେ ବିଜୟୀ ହୋଇଥିଲେ ।
FIRST TITLE OF THE YEAR 🏆🔥
Satwik-Chirag win their 2️⃣nd #FrenchOpen and 2️⃣nd #Super750 title 🥳
Well done boys, proud of you!@himantabiswa | @sanjay091968 | @Arunlakhanioffi
📸: @badmintonphoto#FrenchOpen2024#IndiaontheRise#Badminton pic.twitter.com/TR9ZG901SC
— BAI Media (@BAI_Media) March 10, 2024