fbpx

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର! ଏହି ଦିନ ବନ୍ଦ ରହିବ ୟୋନୋ ସହ ଏହି ସବୁ ସେବା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ର ଅନେକ ଡିଜିଟାଲ ଚ୍ୟାନେଲ ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଗୁଁ କିଛି ସମୟ ପାଇଁ ଗ୍ରାହକଙ୍କ ପାଇଁ ବନ୍ଦ ରହିବ । ଏସବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ ଲାଇଟ୍, ୟୋନୋ ବିଜନେସ୍ ୱେବ୍ ଏବଂ ମୋବାଇଲ୍ ଆପ୍, ୟୋନୋ ଏବଂ ୟୁପିଆଇ ସେବା ଉପଲବ୍ଧ ହେବ ନାହିଁ । ଏସବିଆଇ ୱେବସାଇଟରୁ ଏହି ସୂଚନା ଗ୍ରହଣ କରାଯାଇଛି ।

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ସୂଚନା ଦେଇଛି ଯେ ୨୩ ମାର୍ଚ୍ଚ ୨୦୨୪ ରେ ଧାର୍ଯ୍ୟ କାର୍ଯ୍ୟକଳାପ ପାଇଁ ବ୍ୟାଙ୍କର ଡିଜିଟାଲ ଚ୍ୟାନେଲ କିଛି ସମୟ ପାଇଁ କାର୍ଯ୍ୟକ୍ଷମ ହେବ ନାହିଁ । ବନ୍ଦ ଥିବା ବ୍ୟାଙ୍କର ସେବାଗୁଡ଼ିକ ହେଉଛି ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ ଲାଇଟ୍, ୟୋନୋ ବିଜନେସ୍ ୱେବ୍ ଏବଂ ମୋବାଇଲ୍ ଆପ୍, ୟୋନୋ ଏବଂ ୟୁପିଆଇ ସେବା ।

ଡାଉନଟାଇମ୍ ସମୟ :-

ଏସବିଆଇ ୱେବସାଇଟ୍ ଅନୁଯାୟୀ, ୨୩ ମାର୍ଚ୍ଚ ୨୦୨୪ ରେ ସକାଳ ୦୧:୧୦ ରୁ ୦୨:୧୦ ମଧ୍ୟରେ ବ୍ୟାଙ୍କର ଡିଜିଟାଲ୍ ସେବା ଉପଲବ୍ଧ ହେବ ନାହିଁ । ତେବେ ଏହି ଅବଧି ମଧ୍ୟରେ ୟୋନୋ ଲାଇଟ୍ ଏବଂ ଏଟିଏମ୍ ସେବା ଉପଲବ୍ଧ ହେବ । ଏସବିଆଇ ୱେବସାଇଟ୍ ଅନୁଯାୟୀ, “ଧାର୍ଯ୍ୟ କାର୍ଯ୍ୟକଳାପ ହେତୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ ଲାଇଟ୍, ୟୋନୋ ବିଜନେସ୍ ୱେବ୍ ଏବଂ ମୋବାଇଲ୍ ଆପ୍, ୟୋନୋ ଏବଂ ୟୁପିଆଇ ସେବା ୨୩ ମାର୍ଚ୍ଚ ୨୦୧୪ ରେ ୦୧:୧୦ ଆଇଏସଟି ରୁ ୦୨:୧୦ ଆଇଏସଟି ମଧ୍ୟରେ ଉପଲବ୍ଧ ହେବ ନାହିଁ । ଏହି ଅବଧି ମଧ୍ୟରେ ୟୁପିଆଇ ଲାଇଟ୍ ଓ ଏଟିଏମ ସେବା ଉପଲବ୍ଧ ରହିବ ।

Get real time updates directly on you device, subscribe now.