fbpx

ବୟସ ବଢ଼ିବା ସହ ଆପଣ Introvert ହେଉ ନାହାଁନ୍ତି ତ ? କେମିତି ଜାଣିବେ ?

ଓଡ଼ିଶା ଭାସ୍କର: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି । ସମସ୍ତଙ୍କ ପ୍ରକୃତି ଏବଂ ସ୍ୱଭାବ ଭିନ୍ନ । ସମସ୍ତେ ଭିନ୍ନ ଭିନ୍ନ ଅନ୍ଦାଜରେ ଜୀବନ ଜୀଇଁବା ପସନ୍ଦ କରିଥାନ୍ତି । ବିଶେଷ କରି ୨ ପ୍ରକାର ବ୍ୟକ୍ତିଙ୍କୁ ନେଇ ଦୁନିଆ ଗତିଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେମାନେ ହେଲେ Introvert ଏବଂ Extrovert ବ୍ୟକ୍ତି । Introvert ବ୍ୟକ୍ତିମାନେ କେବଳ ନିଜ ଦୁନିଆରେ ରହିବା ପସନ୍ଦ କରିଥାନ୍ତି । ସାମାଜିକ ଦୁନିଆ ସହ ଶୀଘ୍ର ମିଶି ପାରନ୍ତି ନାହିଁ । ଅପରପକ୍ଷରେ Extrovert ବ୍ୟକ୍ତି ସୋସିଆଲ ଲାଇଫର ମଜା ନେଇଥାଏ । ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ସହ ସହଜରେ ମିଶିଥାଏ । ଅଧିକାଂଶ ସମୟରେ ଦେଖାଯାଏ ବୟସ ବଢ଼ିବା ସହ ଆମ Introvert ପର୍ସନାଲିଟି ଆହୁରି ଦୃଢ଼ ହୋଇଥାଏ ଏବଂ ଆମେ ଏ ବିଷୟରେ ଅନବିଜ୍ଞ ଥାଉ । ଆନେକ ସମୟରେ Introvert ବ୍ୟକ୍ତିଙ୍କୁ ନେଇ ମନରେ ଅନେକ ପ୍ରକାର ଧାରଣା ଆସିଥାଏ ଯାହାର ବାସ୍ତବତା ସହ କୌଣସି ସମ୍ପର୍କ ନଥାଏ । ତେବେ ଆସନ୍ତୁ ଜାଣିବା Introvert ପର୍ସନାଲିଟି ଦୃଢ଼ ହେବାର କିଛି ସଂକେତ ବିଷୟରେ ।

୧. ପାର୍ଟି କରିବା ଭଲ ଲାଗେନି: ବୟସ ବଢ଼ିବା ସହ Introvert ବ୍ୟକ୍ତି ବଡ଼ ବଡ଼ ପାର୍ଟି ଠାରୁ ଦୂରେଇ ରୁହନ୍ତି । ସେମାନେ କେବଳ ସୀମିତ ଲୋକଙ୍କ ସଙ୍ଗତରେ ରହିବା ପସନ୍ଦ କରିଥାନ୍ତି ।

୨. ଶାନ୍ତ ସ୍ଥାନ: ଅଧିକାଂଶ ବ୍ୟକ୍ତି ଯୁବାବସ୍ଥା ସମୟରେ ବଡ଼ ବଡ଼ ସହରରେ କାମ କରିଥାନ୍ତି । ସେଠିକାର ଜନଗହଳି ଏବଂ ବ୍ୟସ୍ତତା ଜୀବନ ସହ ନିଜକୁ ଆଡଜଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ Introvert ବ୍ୟକ୍ତିଙ୍କୁ ଏଭଳି ମାହୋଲ ପସନ୍ଦ ଆସିନଥାଏ । ସେମାନେ ଶାନ୍ତ ବାତାବରଣରେ ରହିବା ପସନ୍ଦ କରିଥାନ୍ତି ।

୩. ପ୍ଲାନ୍ ବାତିଲ କରିବା: ଅଧିକାଂଶ କ୍ଷେତ୍ରରେ ବୟସ ବଢ଼ିବା ସହ Introvert ବ୍ୟକ୍ତିମାନେ ପ୍ଲାନ ବାତିଲ କରିବାକୁ ପଛାଇ ନଥାନ୍ତି । ଅଧିକାଂଶ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା, ପିକନିକ୍ କରିବା ଇତ୍ୟାଦି ଠାରୁ ଦୂରେଇ ରୁହନ୍ତି ।

୪. କମ୍ କଥାବାର୍ତ୍ତା: ବୟସ ବଢ଼ିବା ସହ Introvert ବ୍ୟକ୍ତି ସହଜରେ ସୋସିଆଲାଇଜ୍ ହୋଇପାରନ୍ତି ନାହିଁ । କିନ୍ତୁ ସେମାନେ ତାଙ୍କ comfort zoneରେ କଥାବାର୍ତ୍ତା ହେବା ପାଇଁ ପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.