(Video)ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ କ୍ଷୀରରେ ସ୍ନାନ କରାଇଲେ ମହିଳା, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ:କିଛିଦିନ ତଳେ ଜେଲ୍‌ରୁ ବାହାରିଥିବା ବିହାରର ଜଣାଶୁଣା ୟୁଟ୍ୟୁବର ମନୀଷ କଶ୍ୟପ ପଶ୍ଚିମ ଚମ୍ପାରନ ଲୋକସଭା କ୍ଷେତ୍ରରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି । ମନୀଷ ଲଗାତର ନିଜ ନିର୍ବାଚନ ମଣ୍ଡଳୀ ବୁଲି ବୁଲି ଜନତାଙ୍କୁ ସମର୍ଥନ ମାଗୁଛନ୍ତି । ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କ୍ଷେତ୍ର ଭ୍ରମଣ ସମୟରେ ମହିଳାମାନେ ତାଙ୍କୁ କ୍ଷୀରରେ ସ୍ନାନ କରାଉଥିବାର ଦେଖିବାକୁ ମିଳୁଛି । ମହିଳାଙ୍କ ଯୁକ୍ତି ରହିଛି ମନୀଷ ଜିତିଲେ ସେମାନଙ୍କ ଏହି କ୍ଷୀରର ଋଣ ସୁଝିଦେବେ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଦୂର ହୋଇପାରିବ ।

ଜେଲ୍‌ରୁ ମୁକ୍ତ ହେବା ପରେ ମନୀଷ ଲଗାତର ଚମ୍ପାରନ ଗ୍ରାମରେ ବୁଲି ବୁଲି ଲୋକଙ୍କ ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛନ୍ତି । ଏହା ସହିତ ସେ ଜିତିଲେ ନୂଆ ବିହାର ଗଢିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ।
ପ୍ରଚାର ସମୟରେ ମନୀଷ ଯେତେବେଳେ ପୂର୍ବ ଚମ୍ପାରନ ଜିଲ୍ଲା ବଞ୍ଜରିଆ ପ୍ରଖଣ୍ଡ ରତନପୁର ଗାଁରେ ପହଞ୍ଚିଥିଲେ ସେତେବେଳେ ମହିଳାମାନେ ବିଭିନ୍ନ ଘରୁ କ୍ଷୀର ଏକତ୍ର କରି ତାଙ୍କୁ କ୍ଷୀରରେ ସ୍ନାନ କରାଇଥିଲେ । ଏହା ସହିତ କ୍ଷୀରର ଋଣ ଶୁଝିଦେବାକୁ ମଧ୍ୟ ସେମାନେ ମନୀଷଙ୍କୁ ଶପଥ କରାଇଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।