ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ବହୁତ ଶୁଭ ହୋଇଥାଏ । ଏହି ଦିନରେ ଚାଷୀ ଭାଇ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି । ଏହି ଦିନରେ ସୁନା ଚାନ୍ଦି ଆଦି କିଣିବାର ମାନ୍ୟତା ରହିଛି । ମାନ୍ୟତା ରହିଛି ଯେ ଏହି ଦିନରେ ଧାତୁରେ ମା ଲକ୍ଷ୍ମୀଙ୍କୁ ଘରକୁ ଆସିଥାନ୍ତି । ଅକ୍ଷୟ ତୃତୀୟା ପର୍ବ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳନ କରାଯାଇଥାଏ । ୨୦୨୪ ମସିହାରେ ଏହା ୧୦ ମଇରେ ପାଳନ କରାଯିବ । ତେବେ ଅକ୍ଷୟ ତୃତୀୟା ଦିନ ଯଦି ଆପଣ ରାଶି ଅନୁଯାୟୀ ଅଳଙ୍କାର କିମ୍ବା ଧାତୁ କିଣୁଛନ୍ତି, ତେବେେ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇପାରେ । ଆସନ୍ତୁ ଜାଣିବା କେଉଁ ରାଶିର ଜାତକଙ୍କୁ କେଉଁ ଧାତୁ କିଣିବା ଶୁଭ ହେବ ।
ମେଷ: ରାଶି ରାଶିର ଲୋକମାନେ ଏହି ଦିନ ତମ୍ବା କିମ୍ବା ସୁନା କିଣି ପାରିବେ । ପ୍ରକୃ୍ତରେ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳଙ୍କ ପାଇଁ ଶୁଭ ଧାତୁ ତମ୍ବା ଅଟେ ।
ବୃଷ: ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର ହୋଇଥିବାରୁ ଏହି ଦିନ ରୂପା କିଣିବା ଉଚିତ୍ । ଶୁକ୍ରଙ୍କ ପାଇଁ ହୀରା ରତ୍ନ ମୁଖ୍ୟ ବୋଲି ବିବେଚନା କରାଯାଏ।
ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମିଥୁନ ରାଶିର ଲୋକଙ୍କ ସ୍ୱାମୀ ଗ୍ରହ ହେଉଛି ବୁଧ। ତେଣୁ, ଅକ୍ଷୟ ତୃତୀୟା ଦିନ ମିଥୁନ ରାଶିର ବ୍ୟକ୍ତି ବାସନ କିମ୍ବା ଅଳଙ୍କାର କିଣିବା ଉଚିତ୍ ।
କର୍କଟ: କର୍କଟ ରାଶିର ଲୋକମାନେ ଏହି ଦିନ ରୂପା କିଣିପାରିବେ । ଏହି ରାଶିର ସ୍ୱାମୀ ଗ୍ରହ ଚନ୍ଦ୍ର ହୋଇଥିବାରୁ ରୂପା ଶୁଭ ହେବ ।
ସିଂହ: ସୂର୍ଯ୍ୟ ଏହି ରାଶିର ସ୍ୱାମୀ ଗ୍ରହ ହୋଇଥିବାରୁ ଅକ୍ଷୟ ତୃତୀୟା ଦିନ ସିଂହ ରାଶିର ବ୍ୟକ୍ତି ତମ୍ବା କିମ୍ବା ସୁନା କିଣିପାରିବେ ।
କନ୍ୟା: ଏହି ରାଶିର ସ୍ୱାମୀ ଗ୍ରହ ବୁଧ ଅଟେ ଏବଂ ଅକ୍ଷୟ ତୃତୀୟା ଦିନ ପିତ୍ତଳ କିଣିବା ଶୁଭ ହେବ ।
ତୁଳା: ଅକ୍ଷୟ ତୃତୀୟାରେ ତୁଳା ରାଶିର ଲୋକମାନେ ରୂପା କିଣି ପାରିବେ । ଏହି ରାଶିର ସ୍ୱାମୀ ଗ୍ରହ ହେଉଛି ଶୁକ୍ର।
ବିଛା: ଏହି ରାଶିର ଲୋକଙ୍କ ପାଇଁ ଏହି ଦିନ ତମ୍ବା କିଣିବା ଭଲ ହେବ ।
ଧନୁ ରାଶି: ଏହି ରାଶିର ସ୍ୱାମୀ ଗ୍ରହ ବୃହସ୍ପତି ହୋଇଥିବା ହେତୁ ଅକ୍ଷୟ ତୃତୀୟା ଦିନ ପିତ୍ତଳ କିମ୍ବା ସୁନା କିଣିବା ଧନୁ ରାଶି ଲୋକଙ୍କ ପାଇଁ ସର୍ବୋତ୍ତମ ହେବ।
ମକର ରାଶି: ମକର ରାଶିର ଲୋକମାନେ ଅକ୍ଷୟ ତୃତୀୟା ଦିନ ଇସ୍ପାତ କିମ୍ବା ଲୁହା ବାସନ କିଣି ପାରିବେ । ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ ।
କୁମ୍ଭ: କୁମ୍ଭର ସ୍ୱାମୀ ଗ୍ରହ ଶନିଦେବ ହୋଇଥିବାରୁ ସେମାନେ ଲୁହା ବାସନ ମଧ୍ୟ କିଣିବା ଉଚିତ୍ ।
ମୀନ: ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି । ଏହି ରାଶିର ବ୍ୟକ୍ତିମାନେ ଅକ୍ଷୟ ତୃତୀୟା ଦିନ ପିତ୍ତଳ ଧାତୁ କିଣିପାରିବେ । ସୁନା ମଧ୍ୟ କିଣି ପାରିବେ ।