fbpx

କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନଙ୍କ ଦେହାନ୍ତ, ସମାଜସେବା ଏବଂ ଶିକ୍ଷା କ୍ଷେତ୍ରରେ ରହିଥିଲା ବଡ଼ ଅବଦାନ

କୋଲକାତା: ଶିକ୍ଷା ଏବଂ ସମାଜସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜଣାଶୁଣା କେସୋରାମ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମଞ୍ଜୁଶ୍ରୀ ଖୈତାନ୍‌(Manjushree Khaitan)ଙ୍କ ନିଧନ ହୋଇଯାଇଛି । ଗରୁବାର କୋଲକାତାରେ ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ମଞ୍ଜୁଶ୍ରୀ ହେଉଛନ୍ତି ବିଶିଷ୍ଟ ଉଦ୍ୟୋଗପତି ବସନ୍ତ କୁମାର ବିରଲାଙ୍କ ଜ୍ୟେଷ୍ଠ କନ୍ୟା ।

ରିପୋର୍ଟ ଅନୁଯାୟୀ ବିରଲା ଗ୍ରୁପ୍ ଗୁରୁବାର ମଞ୍ଜଶ୍ରୀ ଖୈତାନଙ୍କ ଦେହାନ୍ତ ସୂଚନା ଦେଇଥିଲେ । ସେ କିଛି ଦିନରୁ ଅସୁସ୍ଥ ଥିଲେ । ୨୦୧୯ରେ ପିତାଙ୍କ ନିଧନ ପରେ ସେ କେସୋରାମ ଇଣ୍ଡଷ୍ଟ୍ରିଜର ଦାୟିତ୍ୱ ଭାର ସମ୍ଭାଳିଥିଲେ । ୧୯୯୮ରେ ମଞ୍ଜୁଶ୍ରୀଙ୍କୁ ପ୍ରଥମେ କେସୋରାମ ଇଣ୍ଡଷ୍ଟ୍ରିଜର ବୋର୍ଡ଼ରେ ସାମିଲ କରାଯାଇଥିଲା । ସମାଜସେବା ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ବହୁତ ଯୋଗଦାନ ରହିଛି । ସେ ୪ ଦଶନ୍ଧି ଧରି ଅଶୋକ ହଲ୍ ଗ୍ରୁପ୍ ଅଫ୍ ସ୍କୁଲ୍ସ ସହ ଜଡ଼ିତ ଥିଲେ । ସମାଜର ବଞ୍ଚିତ ବର୍ଗର ବାଳିକାଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତିକରଣ କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ।

Get real time updates directly on you device, subscribe now.