fbpx

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟ୍

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ସକାଳ ୯ ଟା ସୁଦ୍ଧା ହାରାହାରି ମତଦାନ ରହିଛି ୬.୯୯ ପ୍ରତିଶତ । ବରଗଡ଼ ଭଟଲୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଭୋଟିଂ ହୋଇଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି ଓ ସୁନ୍ଦରଗଡରେ ୪.୮୯% ପ୍ରତିଶତ ମତ ସାବ୍ୟସ୍ତ କରିଛନ୍ତି ଭୋଟର ।

ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ଚାଲିଛି । ରାଜ୍ୟର ୫ଟି ସଂସଦୀୟ ଆସନ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ଲାଗି ମତଦାନ ଚାଲିଛି । ମତଦାନ ପାଇଁ ୯ ହଜାର ୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ଅଣାଅଶୀ ଲକ୍ଷ ଅଣସ୍ତରୀ ହଜାର ୮୮୭ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।

ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିରୁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ୍‍ ଓରାମ୍‍, ସଙ୍ଗୀତା କୁମାରୀସିଂଦେଓ, ବିଜେଡିରୁ ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍‍ଟେନ୍‍ ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ଏବଂ କଣ୍ଟାବାଞ୍ଝି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡିରୁ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଟୁକୁନୀ ସାହୁ ପ୍ରମୁଖଙ୍କ ରାଜନୈତିକ ଭବିଷ୍ୟତ ଆଜି ଭୋଟରମାନେ ନିର୍ଦ୍ଧାରଣ କରିବେ ।

Get real time updates directly on you device, subscribe now.