fbpx

କଙ୍ଗନାଙ୍କୁ ଥାପ୍ପଡ ମାମଲା; ସାମ୍ନାକୁ ଆସିଲେ କୁଲବିନ୍ଦର କୌରଙ୍କ ମା’, କହିଲେ ଏପରି ..

ଚଣ୍ଡୀଗଡ: ହିମାଚଳପ୍ରଦେଶ ମଣ୍ଡିରୁ ବିଜେପି ସାଂସଦ ହୋଇଥିବା କଙ୍ଗନା ରାଣାୱତଙ୍କୁ ଥାପ୍ପଡ ମାରିଥିବା କୁଲବିନ୍ଦର କୌରଙ୍କ ମା’ ପ୍ରଥମ ଥର ଲାଗି ଏହି ମାମଲାରେ ବୟାନ ଦେଇଛନ୍ତି । କୁଲବିନ୍ଦରଙ୍କ ମା’ କହିଛନ୍ତି ତାଙ୍କ ଝିଅ ଏପରି କରିପାରିବ ନାହିଁ । କଙ୍ଗନା ନିଶ୍ଚୟ ତାକୁ ଅପଶବ୍ଦ କହି ଉସ୍‌କାଇ ଥିବ । କୁଲବିନ୍ଦରଙ୍କ ମା’ ବୀର କୌର ଏକ ଭିଡିଓରେ କହିଛନ୍ତି କି କଙ୍ଗନା ପୂର୍ବରୁ ବି ବହୁ ଭୁଲ୍ ବୟାନ ଦେଇଛନ୍ତି । ସେ କିଷାନ ମୋର୍ଚ୍ଚାରେ ସାମିଲ ହୋଇଥିଲେ ବୋଲି କହିଛନ୍ତି ।

କୁଲବିନ୍ଦରଙ୍କ ପିତାଙ୍କୁ ଏ ପର୍ଯ୍ୟନ୍ତ ଏହି ପୁରା ମାମଲା ବିଷୟରେ କିଛି ବି କୁହାଯାଇନାହିଁ । ସେ ଅସୁସ୍ଥ ଥିବାରୁ ତାଙ୍କୁ ଏ ବିଷୟରେ କିଛି କୁହାଯାଇନାହିଁ । କୁଲବିନ୍ଦରଙ୍କ ଭାଇ ଶେର ସିଂହ ମହିୱାଲ କହିଛନ୍ତି ଯଦି କୁଲବିନ୍ଦରଙ୍କ ଉପରେ ଥାପ୍ପଡ ମାରିବାର ଅଭିଯୋଗ ହୋଇଛି ତେବେ ଏହାର କୌଣସି ଫୁଟେଜ୍ ସାମ୍ନାକୁ ଆସିବା ଉଚିତ । କଙ୍ଗନାଙ୍କ ଉପରେ ବି ମାମଲା ରୁଜୁ ହେବା ଉଚିତ । ମାମଲାର ନିଃଷ୍ପକ୍ଷ ଯାଞ୍ଚ ହେବା ଉଚିତ ।

Get real time updates directly on you device, subscribe now.