fbpx

ବିଷାକ୍ତ ମଦ ମାମଲାରେ CMଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ମିଳିବ ୧୦-୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନୂଆଦିଲ୍ଲୀ: ତାମିଲନାଡୁରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୩୪ ଜଣଙ୍କ ପ୍ରାଣହାନୀ ଘଟିଛି । ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାରି ମଧ୍ୟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଲୋକଙ୍କୁ ୫୦ ହଜାର ଲେଖାଏଁ ପ୍ରଦାନ କରାଯିବାର ଘୋଷଣା କରାଯାଇଛି । ମାମଲାର ଯାଞ୍ଚ ପୂର୍ବତନ ବିଚାରପତି ଜଷ୍ଟିସ ବି ଗୋକୁଳଦାସଙ୍କୁ ନେଇ ସଦସ୍ୟ ବିଶିଷ୍ଟ ଆୟୋଗ ଦ୍ୱାରା କରାଯିବ । ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବହୁତ ଗୁଡିଏ ଲୋକେ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବାରୁ ମୁଁ ଦୁଠଖିତ । ଭଗବାନ ପୀଡିତଙ୍କ ପରିବାରକୁ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ସେ କହିଛନ୍ତି ଯେ, କଲ୍ଲାକୁରିଚିରେ ନକଲି ମଦ ବିକ୍ରି କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.