fbpx

ବିହାରରେ ବଡ଼ ଅଘଟଣ: UGC NET ପରୀକ୍ଷା ମାମଲାର ଯାଞ୍ଚ କରିବାକୁ ଯାଇଥିବା ସିବିଆଇ ଟିମ୍ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ୟୁଜିସି ନେଟ ପରୀକ୍ଷା ମାମଲାର ଯାଞ୍ଚ ପାଇଁ ଯାଇଥିବା ସିବିଆଇ ଟିମ୍ ଉପରେ ହୋଇଛି ଆକ୍ରମଣ । ଅସଲି ସିବିଆଇ ଟିମକୁ ନକଲି ସିବିଆଇ ଟିମ୍ ଭାବେ ଗ୍ରାମବାସୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି । ୟୁଜିସି ନେଟ ପରୀକ୍ଷା ମାମଲାର ଯାଞ୍ଚ ପାଇଁ ଆଜି ସିବିଆଇ ଟିମ୍ ବିହାରର ନବାଦାର କୋସିୟାଡୀହ ଗ୍ରାମରେ ପହଞ୍ଚିଥିଲେ । ତେବେ ଉକ୍ତ ଟିମ୍ ନକଲି ବୋଲି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା । ଏହାପରେ ସେମାନେ ଅସଲି ଟିମ୍ ଉପରେ ଆକ୍ରମଣ କରିଦେଇଥିଲେ ।

ଗ୍ରାମବାସୀଙ୍କ ଆକ୍ରମଣରେ ସିବିଆଇ ଟିମର ଗାଡ଼ିର କାଚ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ରଜୌଲୀ ଥାନା ଅଧିକାରୀ ପହଞ୍ଚିବା ସହ ସିବିଆଇର ୪ ଜଣ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହି ଘଟଣା ପରେଏଫଆଇଆର ଦାୟର କରାଯାଇଥିଲା ଓ ଲୋକଙ୍କୁ ଗିରଫ କରାଯାଇଥିଲା । ପାଖାପାଖି ୨୦୦ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ମେ ୫ରେ ଦେଶର ୪,୭୫୦ଟି କେନ୍ଦ୍ରରେ ୟୁଜିସି-ୟୁଜି ପରୀକ୍ଷା ଆୟୋଜିତ ହୋଇଥିଲା । ସେଥିରେ ପାଖାପାଖି ୨୪ ଲକ୍ଷ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ପରୀକ୍ଷାର ଫଳାଫଳ ଜୁନ୍ ୪ରେ ଘୋଷିତ ହୋଇଥିଲା । ରେଜଲ୍ଟ ୧୦ ଦିନ ପୂର୍ବରୁ ଜାରି କରାଯାଇଥିଲା । ରେଜଲ୍ଟ ପ୍ରକାଶ ପରେ ପେପର ଲିକ ଓ ଗଡ଼ବଡ଼ିର ଅଭିଯୋଗ ଆସିଥିଲା । କାରଣ ୬୭ରୁ ଅଧିକ ଛାତ୍ରଛାତ୍ରୀ ସର୍ବାଧିକ ଅଙ୍କ ପ୍ରାପ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ର ଗୋଟିଏ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

Get real time updates directly on you device, subscribe now.