fbpx

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଚିନି ବଦଳରେ ବ୍ୟବହାର କରନ୍ତୁ ଏହି ଜିନିଷ, ଖାଦ୍ୟର ସ୍ୱାଦ ବୃଦ୍ଧି କରିବା ସହ ଦେଇଥାଏ ଅନେକ ଫାଇଦା

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ଉତ୍ତମ ଏବଂ ସନ୍ତୁଳିତ ଖାଦ୍ୟପେୟ ଅତ୍ୟନ୍ତ ଆବଶ୍ୟକ । ଏଥିରେ ବ୍ୟତିକ୍ରମ ହେଲେ ବିଭିନ୍ନ ପ୍ରକାର ରୋଗ ଶରୀରକୁ ମାଡ଼ି ବସେ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାର ଅତ୍ୟାଧିକ ସେବନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ଆଜିକାଲି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ତେଣୁ ଡାକ୍ତରମାନେ ଲୋକଙ୍କୁ କମ୍ ଚିନି ସେବନ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଦୈନନ୍ଦିନ ଖାଦ୍ୟପେୟରେ ଆମେ ମିଠା ପାଇଁ ଚିନି ପରିବର୍ତ୍ତେ ଅନ୍ୟ ବିକଳ୍ପ ଚୟନ କରିପାରିବା । ଏହା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ ।

୧. ଗୁଡ଼: ଲୌହ, କ୍ୟାଲସିୟମ, ମାନଗାନିଜ୍, ମ୍ୟାଗନେସିୟମ, ଆଣ୍ଟିଅକ୍ସିଡେଣ୍ଟ ଭଳି ଅନ୍ୟ ପୋଷକ ତତ୍ୱରେ ଭରପୁର ଗୁଡ଼ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ । ଏଥିରେ ଥିବା ଏଣ୍ଟି ଇନଫ୍ଲେମେଟୋରୀ ଏବଂ ଏଣ୍ଟି ଆଲର୍ଜିକ ଗୁଣ ଶ୍ୱାସ ଜନିତ ସମସ୍ୟାକୁ ଦୂର କରିଥାଏ ।

୨. କୋକୋନଟ୍ ସୁଗାର: ନଡ଼ିଆରେ କ୍ୟାଲସିୟମ, ମ୍ୟାଗନେସିୟମ, ଭିଟାମିନ୍ ‘ସି’, ପ୍ରୋଟିନ୍, ସୋଡିୟମ, ଫସଫରସ, ଭିଟାମିନ୍ ବି୨ ଭଳି ଅନେକ ପୋଷକ ତତ୍ୱ ରହିଛି । ତେଣୁ ନଡ଼ିଆରେ ତିଆରି ହୋଇଥିବା ଚିନି ସାଧାରଣ ଚିନିର ବିକଳ୍ପ ଭାବରେ ବ୍ୟବହାର କରିବପାରିବେ । ଏହା ଆପଣଙ୍କ ଗଟ୍ ହେଲ୍ଥକୁ ସୁସ୍ଥ ରଖିଥାଏ । ଏହାର ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

୩. ମହୁ: ମହୁରେ ଭିଟାମିନ୍ ‘ସି’, ‘ବି’, ଆଣ୍ଟିଅକ୍ସିଡେଣ୍ଟ ଏବଂ ଏନଜାଇମ୍ସ ଭଳି ପୋଷକ ତତ୍ୱ ରହିଛି । ପ୍ରାକୃତିକ ମିଠାର ଏକ ଉତ୍ସ ଭାବେ ଏହା ବେଶ ଜଣାଶୁଣା । ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ । ପ୍ରାୟତଃ ମହୁର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ । ତେଣୁ ଦୈନନ୍ଦିନ ଖାଦ୍ୟପେୟରେ ମହୁକୁ ଚିନି ପରିବର୍ତ୍ତେ ବ୍ୟବହାର କରିବା ଏକ ଉତ୍ତମ ବିକଳ୍ପ ।

୪. ଷ୍ଟିଭିଆ: ରିଫାଇନ୍ଡ଼ ସୁଗାରର ଏକ ସୁସ୍ଥ ବିକଳ୍ପ ଭାବରେ ଷ୍ଟିଭିଆ ବେଶ ଜଣାଶୁଣା । ଷ୍ଟିଭିଆ ପ୍ଲାଣ୍ଟର ପତ୍ରରୁ ଏହି ଚିନି ତିଆରି ହୋଇଥାଏ । ଏଥିରେ କୌଣସି କ୍ୟାଲୋରୀ, କାର୍ବୋହାଇଡ୍ରେଟ୍ କିମ୍ବା ଆର୍ଟିଫିସିଆଲ ଉପାଦାନ ମିଶିନଥାଏ ।

୫. ମେପଲ୍ ସିରପ୍: ମେପଲ ଗଛର ଗଣ୍ଡିରୁ ଏହାର ରସ ବାହାର କରାଯାଇଥାଏ । ଏହାକୁ ଗରମ କରି ବିଶୋଧିତ କରାଯିବା ପରେ ଗାଢ଼ା ସିରପ ତିଆରି କରାଯାଇଥାଏ । କ୍ୟାଲସିୟମ, ମେନଗାନିଜ୍, ଲୌହ ଏବଂ ପୋଟାସିୟମରେ ଭରପୁର ମେପଲ ସିରପ । ଚିନି ଅପେକ୍ଷା ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ ।

 

Get real time updates directly on you device, subscribe now.