fbpx

ନା ସୁନା ନା ହିରା…ହଳଦୀ ସେରିମନିରେ ପିନ୍ଧିଲେ ଫୁଲରେ ତିଆରି ଓଢ଼ଣୀ, ଭାଇରାଲ ହେଉଛି ରାଧିକା ମର୍ଚାଣ୍ଟଙ୍କ ଫଟୋ

ମୁମ୍ବାଇ: ଅମ୍ବାନୀ ପରିବାରରେ ଏବେ ଖୁସିର ମାହୋଲ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ଆସନ୍ତା ଜୁଲାଇ ୧୨ ତାରିଖରେ ଅନନ୍ତ- ରାଧିକାଙ୍କ ବିବାହ ଉତ୍ସବ ଆୟୋଜିତ ହେବ । ଏହା ପୂର୍ବରୁ ପ୍ରି ୱେିଡିଂ ସେରିମନିକୁ ଦୁହେଁ ଖୁବ୍ ମସ୍ତି କରୁଥିବାର ନଜର ଆସିଛନ୍ତି । ଜୁଲାଇ ୫ରେ ସଂଗୀତ ସେରିମନି ଏବଂ ଜୁଲାଇ ୮ରେ ହଳଦୀ ସେରିମନି ଆୟୋଜିତ ହୋଇଥିଲା । ହଳଦୀ ସେରିମନିରେ ରାଧିକକା ମର୍ଚାଣ୍ଟଙ୍କ ଆଉଟଫିଟକୁ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାରେ ଲାଗିଛି ।

ଜାମନଗରରେ ତ୍ରିଦିବସୀୟ ପ୍ରି ୱେଡିଂ ଉତ୍ସବ ହେଉ କିମ୍ବା କୌଣସି କ୍ରୁଜ୍ ପାର୍ଟି, ହାଇ ପ୍ରୋଫାଇଲ ଫଙ୍କସନରେ ରାଧିକା ମର୍ଚାଣ୍ଟଙ୍କ ଲୁକକୁ ନେଇ ସବୁବେଳେ ଚର୍ଚ୍ଚା । ନିକଟରେ ସେ ନିଜ ହଳଦୀ ସେରିମନିରେ କୌଣସି ସୁନା, ହୀରା ପରି ଦାମି ଅଳଙ୍କାରରେ ତିଆରି ଓଢ଼ଣୀ ପିନ୍ଧି ନଥିଲେ । ରାଧିକା ଫୁଲରେ ତିଆରି ଓଢ଼ଣୀ ପିନ୍ଧିଥିଲେ ଯାହା ତାଙ୍କ ସୁନ୍ଦରତାକୁ ଆହୁରି ଦ୍ୱିଗୁଣିତ କରିଥିଲା । ଫୁଲରେ ତିଆରି ଏହି ପୋଷାକ ବିଶିଷ୍ଟ ଡିଜାଇନର ଅନାମିକା ଖନ୍ନା ଡିଜାଇନ୍ କରିଥିଲେ । ଏହି ଓଢ଼ଣୀରେ ଅସଲି ଫୁଲରେ ତିଆରି ହୋଇଥିଲା । ଏଥିରେ ମୋଗ୍ରା ଏବଂ ଗେଣ୍ଡୁ ଫୁଲ ବ୍ୟବହାର ହୋଇଥିଲା । ସତରେ ଏହି ଆଉଟଫିଟ୍ ପିନ୍ଧି ରାଧିକା ବହୁତ ସତେଜ ଦେଖାଯାଉଥିଲେ । ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କ ଲୁକର ବହୁତ ପ୍ରଶଂସା କରିଛନ୍ତି ।

 

Get real time updates directly on you device, subscribe now.