fbpx

ସାବଧାନ୍! ପରଫ୍ୟୁମର ବ୍ୟବହାର ହୋଇପାରେ କ୍ୟାନସରର କାରଣ

ଖରାଦିନେ ଅଧିକାଂଶ ଲୋକେ ଡିଓ ଓ ପରଫ୍ୟୁମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏଥିରେ ଥିବା ରାସାୟନିକ ପଦାର୍ଥ ଚର୍ମକୁ କ୍ଷତି କରିଥାଏ । ପରଫ୍ୟୁମର ବ୍ୟବହାର କରିବା ଦ୍ୱାରା ଅନେକ ଲୋକେ ଆଜମା, କ୍ୟାନସର ଓ ଆଲର୍ଜି ଭଳି ରୋଗରେ ଶିକାର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..

ପରଫ୍ୟୁମରେ ପ୍ରୋପିଲିନ ଓ ଗ୍ଲାୟସୋଲ ଆଜି ଉପାଦାନ ରହିଛି, ଯାହାକି ଶରୀରରେ ଆଲର୍ଜି ସୃଷ୍ଟି କରିଥାଏ । ଏହି ରାସାୟନିକ ପଦାର୍ଥ କିଡନୀ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।

ବିଶେଷକରି ଗର୍ଭବତୀ ମହିଳାମାନେ ପରଫ୍ୟୁମଠାରୁ ଦୂରେଇ ଯିବା ଉଚିତ୍ । ଏହା ଗର୍ଭରେ ଥିବା ପିଲାର ଶାରିରୀକ ବିକାଶ ଉପରେ ପ୍ରଭାବ ପକାଇଥାଏ ।

ଯଦି ଡିଓ ଓ ପରଫ୍ୟୁମ କାରଣରୁ ଚର୍ମରେ ଆଲର୍ଜି ହୁଏ, ତେବେ ତୁରନ୍ତ ସେହି ସ୍ଥାନକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଆରାମ ଲାଗିବ । ଯଦି ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଚର୍ମ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଉଚିତ୍ ।

Get real time updates directly on you device, subscribe now.