fbpx

ହରିୟାଣାରେ ଚାଞ୍ଚଲ୍ୟ! ଗୋ-ମାଂସ ସେବନ ସନ୍ଦେହରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୫ ଜଣ ଗିରଫ

ନୂଆଦିଲ୍ଲୀ: ହରିୟାଣାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଗୋ-ମାଂସ (ବିଫ) ସେବନ ସନ୍ଦେହରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଗୋ-ସୁରକ୍ଷା ଗୋଷ୍ଠୀର କିଛି ବ୍ୟକ୍ତି । ଏହି ଘଟଣାରେ ପୋଲିସ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଗଷ୍ଟ ୨୭ ତାରିଖରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିବା କୁହାଯାଉଛି । ପଶ୍ଚିମବଙ୍ଗର ଏହି ଶ୍ରମିକଙ୍କୁ ଏତେ ଭୟଙ୍କର ଭାବେ ମାଡ଼ ମରାଯାଇଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।

ଖବର ମୁତାବକ, ହରିୟାଣାରେ ଚରଖୀ-ଦାଦରୀ ଅଞ୍ଚଳରୁ ଏହି ଘଟଣା ସହ ଜଡ଼ିତ ଏକ ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି । ହରିୟାଣାରେ ପଶ୍ଚିମବଙ୍ଗର ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୋ-ମାଂସ ସେବନ କରିଥିବା ସନ୍ଦେହ କରାଯାଇ ପିଟିପିଟି ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ୫ ଜଣ ଗୋ-ସୁରକ୍ଷା ଗୋଷ୍ଠୀର ବ୍ୟକ୍ତିଙ୍କୁ ଗିରଫ କରିଛି । ମୃତ ଶ୍ରମିକ ପଶ୍ଚିମବଙ୍ଗର ନିବାସୀ ସାବିର ମଲିକ ବୋଲି ଚିହ୍ନଟ କରାଯାଇଛି ।

ଚରଖୀ-ଦାଦରୀ ଜିଲ୍ଲାରେ ବିଫ ଖାଇବାକୁ ସନ୍ଦେହ କରି ଦୁଇଜଣ ଶ୍ରମିକଙ୍କୁ ନିଧୂର୍ମ ମାଡ଼ ମରାଯାଇଥିବା ପୋଲିସ କହିଛି । ଶ୍ରମିକଙ୍କୁ ଏତେ ନିର୍ଯାତନା ଦିଆଯାଇଥିଲା ସେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଅନ୍ୟ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଜଣେ ଯୁବକ ଶ୍ରମିକଙ୍କୁ ଲାଠିରେ ଜୋରରେ ପିଟୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କେହି ବି ରୋକିବାକୁ ପ୍ରୟାସ କରିନଥିଲେ । ପୋଲିସ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.