fbpx

ବିଜେପିରୁ ସସପେଣ୍ଡ ହେଲେ ସୁନୀତି ମୁଣ୍ଡ: ୫ ଜଣଙ୍କୁ ଦଳରୁ ସସପେଣ୍ଡ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପିରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ବିଜେପିରୁ ନିଲମ୍ବନ କରାଯାଇଛି । ଏଥିସହିତ ୫ ଜଣ କର୍ମକର୍ତ୍ତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳରୁ ନିଲମ୍ବିତ କରିଛନ୍ତି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ଭୁବନେଶ୍ୱର ମେୟର ନିର୍ବାଚନରେ ସୁନୀତି ବିଜେପି ତରଫରୁ ପ୍ରାର୍ଥୀ ହୋଇଥିଲେ । ଉକ୍ତ ନିର୍ବାଚନରେ ସୁନୀତି ପରାଜୟ ବରଣ କରିଥିବା ବେଳେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ବିଜୟୀ ହୋଇଥିଲେ ।

ଖବର ମୁତାବକ, ଖୋର୍ଦ୍ଧା ଜିଲ୍ଲା ବିଜେପିର ୫ ଜଣ କର୍ମକର୍ତ୍ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ କାରଣରୁ ଏହି ସମସ୍ତ ନେତାଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ଜଣ କର୍ମକର୍ତ୍ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳରୁ ନିଲମ୍ବିତ ହୋଇଥିବା ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ସମ୍ପାଦକ ବିଦ୍ୟୁତ କାଣ୍ଡି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକ ଓ ଧନେଶ୍ୱର ବାରିକ ପ୍ରମୁଖ ରହିଛନ୍ତି ।

Get real time updates directly on you device, subscribe now.