fbpx

ନୂତନ ବ୍ଲଡ୍ ଗ୍ରୁପ୍ ଆବିଷ୍କାର କଲେ ବୈଜ୍ଞାନିକ, ବିରଳ ରୋଗୀଙ୍କ ଚିକିତ୍ସା ପାଇଁ ହେବ ଲାଭଦାୟକ

ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ବହୁତ ଆଡଭାନ୍ସ ହୋଇଯାଇଛି । ଜନ କଲ୍ୟାଣକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ସବୁବେଳେ ନୂତନ ଆବିଷ୍କାରରେ ବ୍ୟସ୍ତ ରହିଥାନ୍ତି । ମନୁଷ୍ୟ ଶରୀରରେ ରକ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏହା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ସହ ପୋଷକ ତତ୍ୱ ଯୋଗାଇବାରେ ସହାୟକ ହୋଇଥାଏ । ରକ୍ତ ବିନା ମନୁଷ୍ୟ ଜୀବନକୁ ବିପଦ ଥାଏ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ଲଡ୍ ବ୍ୟାଙ୍କ ରହିଛି ଏହା ସହ ବ୍ଲଡ୍ ଡୋନେସନର କଲଚର ବି ବୃଦ୍ଧି ପାଇବାରେ ଲାଗିଛି । ସାଧାରଣତଃ‘A’, ‘B’, ‘AB’, ‘O’ ବ୍ଲଡ୍ ଗ୍ରୁପ୍ ରହିଛି । କିନ୍ତୁ ବୈଜ୍ଞାନିକମାନେଳ ଟେକ୍ନୋଲୋଜି ମାଧ୍ୟମରେ ନୂତନ ବ୍ଲଡ୍ ଗ୍ରୁପର ଆବିଷ୍କାର କରିଛନ୍ତି । ଏହା ଚିକିତ୍ସା କ୍ଷେତ୍ରରେ ବହୁତ ଲାଭଦାୟକ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି ।

ବୈଜ୍ଞାନିକମାନେ ଏକ ନୂତନ ବ୍ଲଡ୍ ଗ୍ରୁପର ଆବିଷ୍କାର କରିଛନ୍ତି ଯାହାର ନାଁ ହେଉଛି ‘MAL’ । ଏହି ଅନୁସନ୍ଧାନରୁ ନୂତନ ବ୍ଲଡ୍ ଗ୍ରୁପ୍ ସହ ଜଡ଼ିତ ୫୦ ବର୍ଷ ପୁରୁଣା ରହସ୍ୟର ସମାଧାନ ହୋଇଛି । ଏହି ରହସ୍ୟ AnWj ବ୍ଲଡ୍ ଗ୍ରୁପ୍ ଆଣ୍ଟିଜେନ୍ ସହ ଜଡ଼ିତ । ୧୯୭୨ ମସିହାରେ AnWj ବ୍ଲଡ୍ ଗ୍ରୁପ୍ ଆବିଷ୍କାର ହୋଇଥିଲା । ତେବେ ଏହା ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ । କୁହାଯାଉଛି ବିରଳ ରୋଗୀଙ୍କ କ୍ଷେତ୍ରରେ ଏହା ଲାଭଦାୟକ ହେବ । ବୈଜ୍ଞାନିକଙ୍କ କହିବାନୁଯାୟୀ ଏକ ଜେନେଟିକ୍ ପରୀକ୍ଷା ତିଆରି କରାଯାଇଛି ଯଦ୍ୱାରା ସହଜରେ ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ । ଫଳରେ ଉନ୍ନତ ଚିକିତ୍ସା ଏବଂ ରକ୍ତଦାନରେ କୌଣସି ସମସ୍ୟା ହେବ ନାହିଁ । ଲାଲ ରକ୍ତ କଣିକା(RBC)ରେ ଥିବା ପ୍ରୋଟିନ୍ ବ୍ଲଡ୍ ଗ୍ରୁପ୍ ନିର୍ଣ୍ଣୟ କରିଥାଏ । ଏହି ପ୍ରେଟିନର ଅଭାବ ହେତୁ ରକ୍ତରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । NHS ବ୍ଲଡ୍ ଟ୍ରାନ୍ସପ୍ଲାଣ୍ଟ(NHSBT) ମାଧ୍ୟମରେ ପ୍ରତି ବର୍ଷ ଦୁନିଆରେ ପ୍ରାୟ ୪୦୦ ରୋଗୀ ଉପକୃତ ହୋଇଥାନ୍ତି । NHSBT ଅନେକ ଦେଶକୁ ଟେଷ୍ଟ କିଟ୍ ପ୍ରଦାନ କରିବ ।

 

Get real time updates directly on you device, subscribe now.