fbpx

MUDA Case : କର୍ଣ୍ଣାଟକ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀଙ୍କୁ ବଡ ଝଟକା, ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଯାଚିକା ଉପରେ ଆଜି ନିଷ୍ପତ୍ତି ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି । ସିଦ୍ଧରମୈୟାଙ୍କ ଯାଚିକାକୁ ସେ ଖାରଜ କରିଦେଇଛନ୍ତି । ମହୀସୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଜମି ଆବଣ୍ଟନ ମମଲାରେ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଥାଓ୍ବର ଚାନ୍ଦ ଗେହଲଟ୍ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜି ତାଙ୍କୁ ପୁଣି କର୍ଣ୍ଣାଟକ ହାଇକୋର୍ଟରୁ ନିରାଶ ହେବାକୁ ପଡିଛି ।

ଏହି ମାମଲାରେ ହାଇକୋର୍ଟ କହିଛନ୍ତି, ରାଜ୍ୟପାଳ ଆଇନ ଅନୁସାରେ ଏହି ମାମଲା ଦାୟର କରିପାରିବେ । ଜଷ୍ଟିସ ଏମ ନାଗପ୍ରସନ୍ନ କହଛନ୍ତି, ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ । ଏଥିରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ ।ମାମଲା କଣ- ଆକ୍ଟିଭିଷ୍ଟ ଟିଜେ ଅବ୍ରାହମ ମହୀସୂର ନଗର ଉନ୍ନୟନ ପ୍ରାଧିକରଣ(MUDA) ଜମି ଆବଣ୍ଟନ ମମଲାରେ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଘୋଟାଲା ଅଭିଯୋଗ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ତେବେ ଅଗଷ୍ଟ ମାସରେ ଏହି ପ୍ରସ୍ତାବ ଉପରେ ରାଜ୍ୟପାଳ ରାଜି ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଫସେଇବା ପାଇଁ ଯୋଜନା କରୁଥିବା ଅଭିଯୋଗ ଆଣି ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।

Get real time updates directly on you device, subscribe now.