fbpx

ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ: ସୋସିଆଲ ମିଡ଼ିଆରେ କଲେ ଘୋଷଣା

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜମ । ଏନେଇ ବାବର ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି । ଅଧିନାୟକ ଭାବେ ତାଙ୍କର ଏହି ଯାତ୍ରୀ ବେଶ୍ ଶାନଦାର ଥିଲା ବୋଲି ଏହି ଅବସରରେ ବାବର କହିଛନ୍ତି । ଏଥିସହିତ ଅଧିନାୟକ ପଦ ଛାଡ଼ିବା ଅବସରରେ ବାବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ସେମାନଙ୍କର ଅତୁଟ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ବାବର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଲେଖିଛନ୍ତି, ଡିୟର ଫ୍ୟାନ୍ସ, ମୁଁ ଆଜି ଆପଣଙ୍କ ସହିତ ଏକ ନ୍ୟୁଜ୍ ଶେୟାର କରିବାକୁ ଯାଉଛି । ମୁଁ ଗତ ମାସରେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଟିମ୍ ମ୍ୟାନେଜମେଣ୍ଟକୁ ସୂଚନା ଦେବା ପରେ ପାକିସ୍ତାନ ପୁରୁଷ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ଏହି ଟିମର ନେନୃତ୍ୱ ସମ୍ଭାଳିବା ପାଇଁ ପାଇଁ ସମ୍ମାନର କଥା ଅଟେ । ମାତ୍ର ଏବେ ପଦ ଛାଡ଼ିବାର ଆସିଯାଇଛି । ମୁଁ ଏବେ ନିଜର ଖେଳ ଭୂମିକା ଉପରେ ଧ୍ୟାନ କେନ୍ଦ୍ରିତ କରିବି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବାବର ଗତବର୍ଷ ଦିନିକିଆ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିଥିଲେ । ଏବେ ଦ୍ୱିତୀୟ ଥର ପାଇଁ ବାବର ଏହି ପଦରୁ ଇସ୍ତଫା ଦେଇଛନ୍ତି । ଏବେ ବାବର ଦିନିକିଆ ଓ ଟି-୨୦ରେ ପାକିସ୍ତାନର ଅଧିନାୟକ ପଦ ସମ୍ଭାଳିବେ ନାହିଁ । ୨୯ ବର୍ଷୀୟ ବାବର ମୋଟ ୫୪ଟି ଟେଷ୍ଟ ଖେଳିବ ୩୯୬୨ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୯ଟି ଶତକ ଓ ୨୬ଟି ଅର୍ଦ୍ଧଶତକ ରହିଛି । ସେହିପରି ୧୧୭ଟି ଦିନିକିଆରେ ୧୯ଟି ଶତକ ଓ ୩୨ଟି ଅର୍ଦ୍ଧଶତକ ସହ ସେ ୫୭୨୯ ରନ୍ ସଂଗ୍ରହ କରିଛନ୍ତି । ଏଥିସହିତ ସେ ୧୨୩ ଟି-୨୦ ଅନ୍ତର୍ଜାତୀୟ ଖେଳି ୩ଟି ଶତକ ଓ ୩୬ଟି ଅର୍ଦ୍ଧଶତକ ସହାୟତାରେ ୪୧୪୫ ରନ୍ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.