fbpx

Iran Israel Crisis: ‘ଭୟଙ୍କର ପରିଣାମ ଭୋଗିବ ଇରାନ’, ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଇସ୍ରାଏଲ ଉପରକୁ କ୍ଷପଣାସ୍ତ୍ର ମାଡ କରିଛି ଇରାନ ।  ଘନଘନ ମିଶାଇଲ ମାଡ କରାଯାଇଥିବା ଦେଖାଯାଇଛି । ତେବେ ମନକୁ ପ୍ରଶ୍ନ ଆସୁଛି ଇରାନର ଅବସ୍ଥା ଗାଜା ପରି ହେବ କି? କ୍ଷେପଣାସ୍ତ୍ର ଏବଂ ରକେଟ ଆକ୍ରମଣ ପରେ ଇସ୍ରାଏଲ ଇରାନରୁ ପ୍ରତିଶୋଧ ନେବ କି ? ଏହାରି ଭିତରେ  ଇରାନ ଉପରେ ଏକ ବଡ଼ ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ଚେତାବନୀ ଦେଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ମିସାଇଲ୍ ମାଡ କରି ଇରାନ ଏକ ବଡ ଭୁଲ କରିଛି ଏବଂ ଏଥିପାଇଁ ଇରାନକୁ ଏହାର ମୂଲ୍ୟ ଦେବାକୁ ପଡିବ ।

ସୂଚନା ଅନୁସାରେ ଇରାନ 180ଟି କ୍ଷେପଣାସ୍ର ନିକ୍ଷେପ କରିଛି । ଇସ୍ରାଏଲର ଅନେକ ସହରକୁ ଚାର୍ଗେଟ କରାଯାଇଛି । ଏହାକୁ ନେଇ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ଇରାନର ବଡ ଭୁଲ ବୋଲି କହିଛନ୍ତି । ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି, ଯିଏ ଆମକୁ ଆକ୍ରମଣ କରେ ଆମେ ତାଙ୍କ ଉପରେ ପାଲଟା ଆକ୍ରମଣ କରିବୁ ।

ପ୍ରକାଶଥାଉକି, ମଙ୍ଗଳବାର ରାତିରେ ଇରାନ ସେନା ବାଲାଷ୍ଟିକ ମିଶାଇଲ କ୍ଷେପଣ କରିଥିଲା । ସାମରିକ ଏହଂ ସୁରକ୍ଷା ପ୍ରତିଷ୍ଠାନ ଗୁଡିକୁ ମୁଖ୍ୟତଃ ଟାର୍ଗେଟ କରାଯାଇଥିଲା । ତେବେ ଏହି ଆକ୍ରମଣ ପରେ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ସୁରକ୍ଷା ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହିତ ସେଫ୍ଟି ସେଲଟରରେ ରହିବା ପାଇଁ କୁହାଯାଇଛି । ଘଟଣା ଉପରେ ଇସ୍ରାଏଲରେ ଥିବା ଭାରତୀୟ ଦୂତବାସ ନଜର ରଖିଥିବା ବେଳେ ଅଯଥାରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.