fbpx

RBI ମୁଦ୍ରା ନୀତି କମିଟିରେ ବଡ଼ ପରିବର୍ତ୍ତନ କଲେ ସରକାର, ୩ ନୂତନ ସଦସ୍ୟ ନିଯୁକ୍ତ

ନୂଆଦିଲ୍ଲୀ: ନିକଟରେ ଫେଡେରାଲ ରିଜର୍ଭ ସୁଧହାରକୁ ୦.୫% ହ୍ରାସ କରି ଆମେରିକାକୁ ଆଶ୍ୱସ୍ତି ପ୍ରଦାନ କରିଥିଲା । ଏହା ପରେ ନୀତିି ହାର ହ୍ରାସ କରିବାକୁ RBI ଉପରେ ଚାପ ପକାଇଥିଲା । ଆସନ୍ତା ଅକ୍ଟୋବର ୯ରେ ଆରବିଆଇ ଏବଂ ମୁଦ୍ରା ନୀତି କମିଟି(MPC) ହେବାକୁ ଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । MPCର ୩ ଜଣ ବାହ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ରେ ଶେଷ ହେଉଛି । ଏଭଳି ସ୍ଥିତିରେ ୩ ଜଣ ସଦସ୍ୟଙ୍କ ଅନୁପସ୍ଥିତିରେ ରେପୋ ରେଟ୍ କାଟ୍ ଉପରେ କୌଣସି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇପାରିବ । କିନ୍ତୁ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟ ଅକ୍ଟୋବର ୪ ପୂର୍ବରୁ ନୀତି ହାର ସ୍ଥିର କରୁଥିବା ଆରବିଆଇର ଏମପିସିକୁ ରିଷ୍ଟ୍ରକ୍ଚରିଂ କରୁଛି ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସର ନିର୍ଦ୍ଦେଶକ ରାମ ସିଂହ, ଇକୋନୋମିଷ୍ଟ ସୌଗାତ ଭଟ୍ଟାଚାର୍ଯ୍ୟ ଏବଂ ଦୂଆଦିଲ୍ଲୀ ଇନ୍ସଟିଟ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ସର୍ଭିସର ଡାଇରେକ୍ଟର ନାଗେଶ କୁମାରଙ୍କୁ MPCର ନୂତନ ବାହ୍ୟ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ ଅନୁଯାୟୀ ସରକାର ଏମପିସିର ରିଷ୍ଟ୍ରକ୍ଚରିଂକୁ ନୋଟିଫାଇ କରିଛନ୍ତି । ୨୦୨୦ରେ ଏମପିସିର ବାହ୍ୟ ସଦସ୍ୟଙ୍କ ନିଯୁକ୍ତି ପରେ ଆରବିଆଇ ସୁଧ ହାରରେ ହ୍ରାସ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିଲା । ଉଲ୍ଲେଖ୍ୟଯୋଗ୍ୟ ବାହାର ସଦସ୍ୟଙ୍କ କାର୍ଯ୍ୟକାଳ ୪ ବର୍ଷର ଥାଏ । ଏମପିସିର ପ୍ରଥମ ରିଷ୍ଟ୍ରକ୍ଚରିଂ ମିଟିଂ ଅକ୍ଟୋବର ୭ରୁ ୯ ମଧ୍ୟରେ ହେବ । ଏହି ମିଟିଂ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଅକ୍ଟୋବର ୯କୁ ଦ୍ୱିମାସିକ ଏମପିସି ସମୀକ୍ଷା ଘୋଷଣା କରିବେ ।

RBI

ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସର ନିର୍ଦ୍ଦେଶକ ରାମ ସିଂହ

ଶିକ୍ଷା କ୍ଷେତ୍ରରେ ରାମ ସିଂଙ୍କ ଦୁଇ ଦଶନ୍ଧୀରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ପବ୍ଲିକ୍ ଇକୋନୋମିକ୍ସ, ଫାଇନାନ୍ସିଆଲ ରେଗୁଲେସନ୍ସ ଏବଂ ଇଣ୍ଡିଆନ୍ ଇକୋନୋମୀ ତାଙ୍କର ସ୍ପୋଶାଲାଇଜେସନ୍ । ସେ JNUରୁ ଇକୋନୋମିକ୍ସରେ ପିଏଚ୍ଡି ଏବଂ ହାୱାର୍ଡ଼ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ପଲିସି ଆଣ୍ଡ୍ ଗଭର୍ନାନ୍ସର ଡାଇରେକ୍ଟର ଏବଂ ଏଗ୍ରୀକଲଚରାଲ ଇକୋନୋମିକ୍ସ ରିସର୍ଚ୍ଚ ସେଣ୍ଟରର ଚେୟାରମ୍ୟାନ ଭାବେ ଅନେକ ଦାୟିତ୍ୱ ତୁଲାଇଛନ୍ତି । ଏହା ବାଦ୍ ସେ ବ୍ରାଉନ୍ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଅଫ୍ ହାମବର୍ଗ ଏବଂ ପ୍ୟାରିସ୍ ସ୍କୁଲ ଅଫ୍ ଇକୋନୋମିକ୍ସ ସମେତ ଅନ୍ୟ ଅନୁଷ୍ଠାନରେ ଭିଜିଟିଂ ପ୍ରଫେସର ରହିଥିଲେ ।

ବିଶିଷ୍ଟ ଇକୋନୋମିଷ୍ଟ ସୌଗାତ ଭଟ୍ଟାଚାର୍ଯ୍ୟ

ବିଶିଷ୍ଟ ଇକୋନୋମିଷ୍ଟ ସୌଗାତ ଭଟ୍ଟାଚାର୍ଯ୍ୟଙ୍କ ପାଖରେ ୩ ଦଶନ୍ଧୀରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି । ଇକୋନୋମିକ ଆନାଲିସିସ୍, ପଲିସି ଆଡଭୋକେସୀ, କନଜ୍ୟୁମର ବିହେଭିୟରରେ ତାଙ୍କର ପୃଷ୍ଠଭୂମି ରହିଛି । MPCରେ ସାମିଲ ହେବା ପୂର୍ବରୁ ସେ ଆକ୍ସିସ୍ ବ୍ୟାଙ୍କରେ ମୁଖ୍ୟ ଅର୍ଥନୀତିଜ୍ଞ ଏବଂ ଏକଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଭାବରେ କାମ କରିସାରିଛନ୍ତି । ସେ ଫାଇନାନ୍ସିଆଲ ମାର୍କେଟ ଏବଂ ଇନଫ୍ରାଷ୍ଟ୍ରକ୍ଚର ଫାଇନାନ୍ସରେ ସ୍ପୋସାଲାଇଜେସନ୍ କରିଛନ୍ତି ।

ନାଗେଶ କୁମାର କିଏ ?

ଇନ୍ସଟିଟ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ତଥା ଚୀଫ୍ ଏକଜିକ୍ୟୁଟିଭ ଭାବରେ ଦାୟିତ୍ୱ ତୁଲାଉଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ନାଗେଶ କୁମାର । ଏହା ପୂର୍ବରୁ ସେ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ଆୟୋଗ ପାଇଁ ଏସିଆ ଏବଂ ପ୍ରଶାନ୍ତ ମହାସାଗର(UNESCAP)ର ଚୀଫ୍ ଇକୋନୋମିଷ୍ଟ ଏବଂ ମାଇକ୍ରୋଇକୋନୋମିକ ପଲିସିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସେ ଆକ୍ସିସ୍ ବ୍ୟାଙ୍କ, ୱାର୍ଲ୍ଡ ବ୍ୟାଙ୍କ ଏବଂ ଏସୀୟାନ୍ ଡେଭେଲପମେଣ୍ଟ ବ୍ୟାଙ୍କ ସମେତ ପ୍ରମୁଖ ବିଶ୍ୱ ସଂଗଠନ ଗୁଡ଼ିକର ବୋର୍ଡ଼ରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସେ ଆର୍ଥନୀତିରେ ପିଏଚଡି କରିଛନ୍ତି ।

Get real time updates directly on you device, subscribe now.