fbpx

ଏଣିକି Google Pay ରୁ ମିଳିବ ଗୋଲ୍ଡ ଲୋନ ସହ ଅନେକ ସୁବିଧା, ପାର୍ବଣ ଋତୁରେ ଗୁଗଲ ଲଞ୍ଚ କଲା Gemini AI ଫିଚର୍ସ

ନୂଆଦିଲ୍ଲୀ: ଗୁଗଲ ଭାରତରେ ଜେମିନୀ ଲାଇଭକୁ ଲଞ୍ଚ କରିଛି, ଯାହା ପ୍ରଥମରୁ ଇଂରାଜୀ ଭାଷାରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହାକୁ ଗୁଗଲ ଭାରତରେ ହିନ୍ଦୀ ଭାଷା ସହ ୮ଟି ଅନ୍ୟ ଭାଷାରେ ଲଞ୍ଚ କରିଛି। ୟୁଜର୍ସ ଏହାର ଫାଇଦା ଆଜିଠାରୁ ଉଠାଇ ପାରିବେ। ଜେମିନୀ ମାଧ୍ୟମରେ ଯେକୌଣସି ବ୍ୟକ୍ତି ଲାଇଭ ପ୍ରଶ୍ନ ଜେମିନୀକୁ ପଚାରି ପାରିବେ।

୬ଟି ଭାଷାରେ Google Search AI Overviews: ଏଆଇ ଓଭର ଭ୍ୟୁକୁ ଭାରତରେ ଦୁଇ ମାସ ପୂର୍ବରୁ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ କମ୍ପାନୀ ଆସନ୍ତା ସପ୍ତାହରେ ବଙ୍ଗଳା, ମରାଠୀ, ତେଲୁଗୁ ଏବଂ ତାମିଲ ଭାଷାରେ କରିବାକୁ ଯାଉଛି।

Google Lens with Video ଫିଚର ଲଞ୍ଚ: ବର୍ତ୍ତମାନ ଆପଣ ଫଟୋ ସହ କୌଣସି ଭିଡିଓକୁ ମଧ୍ୟ ଗୁଗଲ ଲେନ୍ସରେ କ୍ୟାପଚର କରି ଏହି ବିଷୟରେ ତଥ୍ୟ ସର୍ଚ୍ଚ କରିପାରିବେ।

AI-summarised reviews ଫିଚର ଲଞ୍ଚ: ଗୁଗଲ ମ୍ୟାପ ଗୁଗଲ ଜେମିନୀ ଏଆଇ ଟୁଲର ସାହାଯ୍ୟରେ ଆପଣଙ୍କୁ ସେହି ହୋଟେଲ, ରେଷ୍ଟୁରାଣ୍ଟ ଆଦିର ରେଟିଙ୍ଗ ଏବଂ ଏଆଇ-ସମରାଇଜଡ ରିଭ୍ୟୁ କହିଦେବ, ଯାହାକୁ ଦେଖି ଆପଣ ସଙ୍ଗେ ସଙ୍ଗେ ବୁଝିଯିବେ ଯେ, ଆପଣଙ୍କ ପାଇଁ ସେମାନଙ୍କ ସର୍ଭିସ କିପରି ରହିବ।

ବିଜନେସମ୍ୟାନଙ୍କ ପାଇଁ ଖାସ ଏଆଇ ଫିଚର୍ସ:
ପ୍ରଡକ୍ଟ ଷ୍ଟୁଡିଓ: ଲୋକାଲ ଆର୍ଟିଷ୍ଟ ନିଜ ପ୍ରଡକ୍ଟର ଭିଡିଓ ତିଆ ପାଇଁ ଏଆଇ-ଜେନେରେଟେଡ ବିଜନେସ ଡିସପ୍ଲେ ମାଧ୍ୟମରେ ଅତି ସହଜରେ ଅପଡେଟ କରିପାରିବେ।

ଏଆଇ-ଜେନେରେଟେଡ ବିଜନେସ ଡିସକ୍ରିସନ: ବେପାରୀ ନିଜ ପ୍ରୋଫାଇଲକୁ ଏଆଇ-ଜେନେରେଟେଡ ବିଜନେସ ଜରିଆରେ ସହଜରେ ଅପଡେଟ କରିପାରିବେ।

ହ୍ୱାଟ୍ସଆପ ଇଣ୍ଟିଗ୍ରେସନ: ବିଜନେସ ମ୍ୟାନ ଗୁଗୁଲ ସର୍ଚ୍ଚରେ ଗ୍ରାହକଙ୍କ ସହ ଯୋଡି ହୋଇ ରହିବା ଲାଗି ହ୍ୱାଟ୍ସଆପ ମଧ୍ୟ ଯୋଡିପାରିବ।

Google Pay UPI Circle ହେଲା ଲଞ୍ଚ: ଗୁଗଲ ନିଜ ଅନଲାଇନ ପେମେଣ୍ଟ ସର୍ଭିସ ଗୁଗଲ ପେ ରେ ଏକ ନୂଆ ଫିଚର ୟୁପିଆଇ ସର୍କଲର ରିଲିଜ କରିଛନ୍ତି। ୟୁପିଆଇ ସର୍କଲର ସାହାଯ୍ୟରେ ୟୁଜର୍ସ ନିଜ ସାଙ୍ଗ ବା ସଂପର୍କୀୟଙ୍କ ପାଇଁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ପେମେଣ୍ଟ କରିପାରିବେ।

ଗୁଗଲ ଉଦାହରଣ ଦେଇ କହିଛି ଯେ, ଯଦି କିଏ ଟିନଏଜର କୌଣସି ଦୋକାନରେ କିଛି ବି ଜିନିଷ କିଣୁଛନ୍ତି, ହେଲେ ସେମାନଙ୍କ ପାଖେ ନଗଦ ରାଶି କିମ୍ବା ଫୋନ ପେ କରିବାକୁ ନାହିଁ, ସେମାନେ ୟୁପିଆଇ ସର୍କଲ ମାଧ୍ୟମରେ ନିଜ ବାପା-ମାଆଙ୍କୁ ପେମେଣ୍ଟ କରିବାକୁ ରିକ୍ୱେଷ୍ଟ କରିପାରିବେ।

Google Pay ରେ ମିଳିବ Gold Loan; ଗୁଗଲ ପେ ବର୍ତ୍ତମାନ ୟୁଜର୍ସଙ୍କ ପାଇଁ ସାରା ଦେଶରେ ଗୋଲ୍ଡ ଲୋନ ଉପଲବ୍ଧ ହେବ। ସୁବିଧା ମୁଥୁଟ ଫାଇନାନ୍ସ ସହ ପାର୍ଟନରସିପ କରି ଆରମ୍ଭ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ ଗୁଗଲ ପେର ୟୁଜର୍ସ ନିଜ ଗୋଲ୍ଡ ବଦଳରେ ସହଜରେ ଲୋନ ନେଇପାରିବେ ଏବଂ ନିଜ ଆର୍ଥିକ ଆବଶ୍ୟକତାକୁ ପୂରଣ କରିପାରିବେ। ସାରା ଭାରତରେ ଲୋକେ ବର୍ତ୍ତମାନ ଏହି କ୍ରେଡିଟ ପ୍ରଡକ୍ଟର ଲାଭ ଉଠାଇପାରିବେ, ଯେଉଁଥିରେ ଶସ୍ତା ଋଚ୍ଚର ମଧ୍ୟ ଅପସନ ମିଳିବ।

Google Apollo Hospital ସହ ମିଳାଇଛି ହାତ: ଗୁଗଲ ଆପୋଲୋ ସହ ପାର୍ଟନରସିପ କରି ହିନ୍ଦୀ ଏବଂ ଇଂରାଜୀରେ ୮୦୦ରୁ ଅଧିକ ପାର୍ଟନରସିପ କରି ହିନ୍ଦୀ ଏବଂ ଇଂରାଜୀ ଭାଷାରେ ୮୦୦ରୁ ଅଧିକ .. କରିବାର ଘୋଷଣା କରିଛି। ଯାହା ଗୁଗଲ ସର୍ଚ୍ଚରେ ଉପଲବ୍ଧି ହେବ। ଗୁଗଲ ଏବଂ ଆପୋଲୋ ହସ୍ପିଟାଲରେ ମଧ୍ୟରେ ଏହି ପାର୍ଟନରସିପ ଉପଭୋକ୍ତାଙ୍କୁ ବିଶ୍ୱସନୀୟ ଏବଂ ସଠିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପାଇଁ କରାଯାଇଛି। ଏହାର ସାହାଯ୍ୟରେ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ସାହାଯ୍ୟ ମିଳିପାରିବ।

Get real time updates directly on you device, subscribe now.