fbpx

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଦିଲ୍ ସେ ଓପନ୍ ସେଲିବ୍ରେସନ୍’ ଘୋଷଣା, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଦିଲ୍ ସେ ଓପନ୍ ସେଲିବ୍ରେସନ୍” ଘୋଷଣା କରାଯାଇଛି । ଯେଉଁଥିରେ ଗ୍ରାହକମାନେ ଇକମର୍ସ, ଲାଇଫ୍ଷ୍ଟାଇଲ୍, ଇଲେକ୍ଟ୍ରୋନିକ୍ସ, ଟ୍ରାଭେଲ୍, ଡାଇନିଂ ଓ ଗ୍ରୋସରି ସପିଂ ବେଳେ ବ୍ୟାଙ୍କର କାର୍ଡ ବ୍ୟବହାର କରି ଆକର୍ଷଣୀୟ ଡିଲ୍ ଓ ରିହାତି ପାଇପାରିବେ ।

ଗ୍ରାହକମାନେ ଆମାଜନ, ଫ୍ଲିପକାର୍ଟ, ମ୍ୟାକ୍ସ ଫେସନ, ମିନ୍ତ୍ରା, ଟିରା, ଭେରୋ ମୋଡା ଭଳି ଇ-କମର୍ସ ସାଇଟ୍, ଆଇଏଫ୍ବି,ମୋଟୋରୋଲା, ରିଲାଏନ୍ସ ଡିଜିଟାଲ୍, ସାମସଙ୍ଗ, ଶାଓମି ଭଳି ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ଏବଂ କୋଚ୍, ହ୍ୟୁଗୋ, ବସ୍, ମାଇକେଲ୍ କୋର୍ସ, ଟମି ଭଳି ଲକ୍ଜୁରି ଲାଇଫ୍ଷ୍ଟାଇଲ୍, ବ୍ଲିଙ୍କଇଟ୍, ଇଜିଡାଇନର୍ଓ ସ୍ୱିଗି ଭଳି ଡାଇନିଂ ଓ ଗ୍ରୋସରି ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଯେଉଁ ଗ୍ରାହକମାନେ ନିଜ ପ୍ରିୟଜନମାନଙ୍କ ସହ ଯୋଡ଼ି ହେବାକୁ ଚାହୁଛନ୍ତି କିମ୍ବା ଛୁଟିରେ ଯିବାକୁ ଚାହୁଛନ୍ତି ସେମାନେ କ୍ଲିୟରଟ୍ରିପ, କ୍ୟାଥୱେ ପାସିଫିକ, ମେକମାଇଁଟ୍ରିପ, ପେଟିଏମ୍ ଫ୍ଲାଇଟ୍ସ ଓ ଯାତ୍ରାରେ ତକ୍ରାଳ ସଂଚୟ କରିପାରିବେ । ଇଏମ୍ଆଇକୁ ବ୍ୟବହାର କରି ମଧ୍ୟ ଗ୍ରାହକମାନେ ଅଫରର ଲାଭ ଉଠାଇପାରିବେ ।

ଆକ୍ସିସ୍ ବ୍ୟାଙ୍କର ସଭାପତି ଓ କାର୍ଡସ୍ ତଥା ପେମେଂଟ୍ସ ମୁଖ୍ୟ ସଂଜୀବ ମୋଘେ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଶ୍ରେଷ୍ଠ ଅଫର ଓ ଡିଲ୍ ପ୍ରଦାନ କରିବା ଲାଗି ଏହି ଉତ୍ସବ ଋତୁରେ କେତେକ ଅଗ୍ରଣୀ ବ୍ରାଣ୍ଡ୍ ସହ ସହଯୋଗିତା ସ୍ଥାପନ କରିଥିବାରୁ ବହୁତ ଉତ୍ସାହିତ ।

Get real time updates directly on you device, subscribe now.