fbpx

ଏହିସବୁ କାରଣ ପାଇଁ ସବୁବେଳେ ହୋଇଥାଏ ମୁଣ୍ଡବିନ୍ଧା! ଜାଣନ୍ତୁ କିପରି ବର୍ତ୍ତିବେ

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ କେବେ ନା କେବେ ହୋଇଥିବ । ଅନେକ କାରଣ ପାଇଁ ମୁଣ୍ଡବିନ୍ଧା ହୁଏ । ଏଥିରେ ମୁଣ୍ଡ ପଛ ଭାଗରେ ହେଉଥିବା ବିନ୍ଧା ଅନେକ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟେ । କାରଣ ଏହି ବିନ୍ଧା ସାଧାରଣ ମୁଣ୍ଡବିନ୍ଧାରୁ ସାମାନ୍ୟ ଭିନ୍ନ ହୋଇଥାଏ । ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୋଇଥାଏ ଯେ ତକିଆରେ ମୁଣ୍ଡ ରଖି ଶୋଇବା ମଧ୍ୟ କଷ୍ଟକର ହୋଇଯାଏ ।

ଏପରି ପରିସ୍ଥିତିରେ ଯଦି ଆପଣଙ୍କର ମଧ୍ୟ ସବୁବେଳେ ମୁଣ୍ଡବିନ୍ଧା ହେଉଛି ତେବେ ଏହା ପଛରେ ଥିବା କାରଣଗୁଡିକ ଜାଣି ରଖନ୍ତୁ ।

ଯେତେବେଳେ ଆପଣ ଷ୍ଟ୍ରେସରେ ରୁହନ୍ତି ସେତେବେଳେ ବେକ ଏବଂ କାନ୍ଧର ମାଂସପେଶୀଗୁଡ଼ିକ ଶକ୍ତ ହୋଇଯାଏ । ଫଳରେ ମୁଣ୍ଡ ପଛ ଯନ୍ତ୍ରଣା ହେବା ଆରମ୍ଭ କରେ । ଷ୍ଟ୍ରେସ୍ କମାଇବା ପାଇଁ ଯୋଗ, ଧ୍ୟାନ ଏବଂ ନିୟମିତ ବ୍ୟାୟାମ କରନ୍ତୁ ।

ଯଦି ଆପଣ କିଛି ଭାରୀ ଜିନିଷ ଉଠାଉଛନ୍ତି କିମ୍ବା ଭୁଲ ଭାବରେ ଶୋଇଛନ୍ତି, ତେବେ ଏହା ଆପଣଙ୍କ ମାଂସପେଶୀରେ ଯନ୍ତ୍ରଣା ସୃଷ୍ଟି କରିବ । ବେକ ଏବଂ କାନ୍ଧର ମାଂସପେଶୀରେ ହେଉଥିବା ଯନ୍ତ୍ରଣା ଧିରେ ଧିରେ ମୁଣ୍ଡ ପଛାଯ ଯାଇ ଯନ୍ତ୍ରଣା ହେବା ଆରମ୍ଭ କରେ । ମାଂସପେଶୀକୁ ଆରାମ ଦେବା ପାଇଁ ହାଲୁକା ଷ୍ଟ୍ରେଚିଂ ଏବଂ ଗରମ ସେକ ନିଅନ୍ତୁ ।

ମାଇଗ୍ରେନ୍ ଭଳି ସମସ୍ୟା ମଧ୍ୟ ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ସାଧାରଣତଃ ମୁଣ୍ଡର ଗୋଟିଏ ପାର୍ଶ୍ୱରେ ମାଇଗ୍ରେନ ହୋଇଥାଏ କିନ୍ତୁ ବେଳେବେଳେ ଏହା ମୁଣ୍ଡର ପଛ ଭାଗରେ ମଧ୍ୟ ହୋଇପାରେ । ମାଇଗ୍ରେନ୍ ସମସ୍ୟାକୁ କମ କରିବା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହ ଠିକ୍ ଔଷଧ ଖାଇବା ଆବଶ୍ୟକ ।

ଉଚ୍ଚ ରକ୍ତଚାପ ମଧ୍ୟ ମୁଣ୍ଡ ପଛ ଭାଗ ବିନ୍ଧା ହେବାର କାରଣ ହୋଇପାରେ । ଯେତେବେଳେ ରକ୍ତଚାପ ବଢ଼ିଯାଏ ଏହା ମୁଣ୍ଡର ରକ୍ତବାହୀ ଉପରେ ଚାପ ପକାଇଥାଏ, ତେଣୁ ଆପଣଙ୍କୁ ଯନ୍ତ୍ରଣା ହୁଏ । ଏଥିପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ, କାରଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଔଷଧ ଆବଶ୍ୟକ ହୋଇପାରେ । ଏହା ସହିତ ହେଲଦି ଲାଇପ ଷ୍ଟାଇଲ ଆପଣାଇବା ଦ୍ବାରା ରକ୍ତଚାପ କଣ୍ଟ୍ରୋଲରେ ରହିବ ।

Get real time updates directly on you device, subscribe now.