(Video) ଚଳନ୍ତା ଟ୍ରେନରୁ ଖସିଲା 8 ବର୍ଷର ଝିଅ, ବାପା ଜଣିଲା ବେଳକୁ 10 କିମି ଆଗରୁ ଆସିଯାଇଥିଲା ଟ୍ରେନ, ତାପରେ…

ନୂଆଦିଲ୍ଲୀ: ଯାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ଏବଂ ରେଳ ଅଧିକାରୀମାନେ ଅକ୍ଲାନ୍ତ ପରିଶ୍ରମ କରନ୍ତି । ତଥାପି ମଧ୍ୟ ଅନେକ ଅବହେଳା କରୁଥିବା ଭିଡିଓ ପ୍ରତିଦିନ ସାମ୍ନାକୁ ଆସୁଛି । ଅନେକ ସମୟରେ ଲୋକେ ଟ୍ରେନରୁ ଖସିପଡୁଥିବା ଦେଖାଯାଇଛି । ଏହାରି ଭିତରେ ଅଧିକାରୀମାନଙ୍କ ସାହାସିକତାର ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଫୁଟେଜରେ ପୋଲିସ ଚଳନ୍ତା ଟ୍ରେନକୁ ଖସି ପଡିଥିବା ଏକ ଛୋଟ ଝିଅକୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଲଳିତପୁରର ବୋଲି ଜଣାପଡିଛି । ମଧ୍ୟପ୍ରଦେଶକୁ ଏକ ପରିବାର 8 ବର୍ଷର ଛୁଆ ସହିତ ଟ୍ରେନରେ ବୃନ୍ଦାବନ ଯାଉଥିଲେ, ଏହି ସମୟରେ ଛୁଆଟି ଚଳନ୍ତା ଟ୍ରେନରୁ ଖସିପଡିଥିଲା । ତେବେ ଉତ୍ତରପ୍ରଦେଶର ଜଣେ ପୋଲିସ କର୍ମଚାରୀ ଏହି ଭିଡିଓ ସେୟାର କରିଛନ୍ତି ।

ପୋଲିସ କର୍ମଚାରୀ ଜଣକ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମଧ୍ୟପ୍ରଦେଶରୁ ଏକ ପରିବାର ତାଙ୍କର 8 ବର୍ଷୀୟ ଛୁଆ ସହିତ ଟ୍ରେନରେ ବୃନ୍ଦାବନ ଯାଉଥିଲେ । ତେବେ ପବନ ଆସିବ ବୋଲି ଯାତ୍ରୀମାନେ ଏମରଜେନ୍ସି ଝରକା ଖୋଲି ରଖିଥିଲେ । ଏହି ଝରକାରେ 8 ବର୍ଷୀୟ ଝିଅଟି ଖସିପଡିଥିଲା । ତେବେ ବାପା ଜାଣିବା ବେଳେ ଟ୍ରେନଟି 10 କିଲୋମିଟର ଆଗକୁ ଆସିଯାଇଥିଲା । ଏହାପରେ ସେ ତୁରନ୍ତ ଟ୍ରେନ ରୋକି GRP, RPFକୁ ସୂଚନା ଦେଇଥିଲେ । ତେବେ 16 କିମି ପର୍ଯ୍ୟନ୍ତ ଝିଅକୁ ଖୋଜାଖୋଜି କରାଯାଇଥିଲା । ତେବେ ଏହି ସମୟରେ ଛୁଆଟି ଗୁରୁତର ଅବସ୍ଥାରେ ଟ୍ରାକରେ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଭିଡିଓ ଦେଖିବା ପରେ ସମସ୍ତେ ପୋଲିସ ଅଧିକାରୀ ଏବଂ ରେଳ କର୍ମଚାରୀଙ୍କୁ ସାଲ୍ୟୁଟ ମାରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.