କେନ୍ଦ୍ର କର୍ମଚାରୀଙ୍କ DA ୩ ପ୍ରତିଶତ ବଢ଼ିବ: ଆଜି କ୍ୟାବିନେଟ ବୈଠକରେ ହେବ ବଡ଼ ଘୋଷଣା- ସୂତ୍ର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ଦେଇ ପାରନ୍ତି ଦିପାବଳୀ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏନେଇ ଆଜି ନିଆଯାଇପାରେ ଏକ ବଡ଼ ନିଷତ୍ତି । ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏଥର ୩ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିପାରନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତ ରହିଥିବା ବେଳେ ଏହି ବୃଦ୍ଧି ଫଳରେ ତାହା ୫୩ ପ୍ରତିଶତରେ ପହଞ୍ଚିଯିବ ।

ତେବେ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ଘଟିବା ଫଳରେ ବେତନ ମଧ୍ୟ ବୃଦ୍ଧି ପାଇବ । କେନ୍ଦ୍ର ସରକାର ଏନେଇ ଆଜି କ୍ୟାବିନେଟ ବୈଠକରେ ବଡ଼ ଘୋଷଣା କରିପାରନ୍ତି ବୋଲି ଏକ ସୂତ୍ରରୁ ଖବର ମିଳିଛି । ଯଦି ଡିଏ ୫୩ ପ୍ରତିଶତ ହୁଏ, ତେବେ ଗତ ଜୁଳାଇ ପହିଲାରୁ ତାହା ଲାଗୁ ହେବ । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଜୁଲାଇରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ଫଳରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ରୁ ପ୍ରତିଶତରୁ ବୃଦ୍ଧି ପାଇଁ ୫୦ରେ ପହଞ୍ଚି ଯାଇଥିଲା । ଡିଏ ବୃଦ୍ଧି ନେଇ ପୂର୍ବରୁ ସଙ୍କେତ ମିଳିଥିଲା । ଆଗାମୀ କ୍ୟାବିନେଟ ବୈଠକରେ ଡିଏ ବୃଦ୍ଧି ହେବ ବୋଲି ନିକଟରେ କନଫେଡେରେସନ ଅଫ୍ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲଇଜ ଆଣ୍ଡ ୱାର୍କସର ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ଏକ ରିପୋର୍ଟରେ କହିଥିଲେ । ଅତିକମରେ ୩ ପ୍ରତିଶତ ଡିଏ ବଢ଼ିପାରେ ବୋଲି ଅଧିକାରୀ ଜଣଙ୍କ କହିଥିଲେ ।

Get real time updates directly on you device, subscribe now.