ନୂଆଦିଲ୍ଲୀ: ଇସରାଏଲ ଏବଂ ଲେବନାନ ମଧ୍ୟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଅନେକ ଧନ ଜୀବନ ନଷ୍ଟ କରିଛି । ଏହି ଯୁଦ୍ଧକୁ ଅଟକାଇବା ପାଇଁ ଭାରତ ସମେତ ଅନେକ ଦେଶର ପ୍ରଚେଷ୍ଟା ସଫଳ ହୋଇପାରୁ ନାହିଁ । ଗତ ମାସ ଇସରାଇଲ ଏୟାରଷ୍ଟ୍ରାଇକରେ ଲେବନାନର ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଲେବନାନ୍ ଏବଂ ମଧ୍ୟ ପ୍ରାଚ୍ୟରେ ରାଜନୈତିକ ସହ ସାମରିକ ତିକ୍ତତା ବୃଦ୍ଧି କରିଥିଲା । ଏହା ପରେ ଲେବନାନର ହିଜବୁଲ୍ଲା ଏକ୍ସଟ୍ରିମିଷ୍ଟ ଗ୍ରୁପର ନଇମ୍ କାସିମଙ୍କୁ ନୂତନ ନେତା ଭାବେ ଚୟନ କରିଥିଲା । କହିରଖୁଛୁ କାସିମ୍ ଦୀର୍ଘ ସମୟ ଧରି ହସନ ନସରଲ୍ଲାହଙ୍କ ସହାୟକ ରହିଥିଲେ । ତେବେ ହିଜବୁଲ୍ଲା ଏକ ବୟାନରେ କହିଛି କି ବିଜୟ ହାସଲ ନ ହେବା ପର୍ଯ୍ୟନ୍ତ ନସରଲ୍ଲାହଙ୍କ ନୀତି ଜାରି କରିବା ପାଇଁ ସେମାନେ ସଂକଳ୍ପ ନେଇଛନ୍ତି ।
ହିଜବୁଲ୍ଲାର ନୂତନ ମୁଖ୍ୟ ନଇମ୍ କାସିମ କିଏ ?
ଦକ୍ଷିଣ ଲେବନାନର କଫର ଫିଲା ଶହରରେ ଜନ୍ମଗ୍ରହଣ କରିଥିଲେ ନଇମ୍ କାସିମ । ସେ ଲୋବାନନ୍ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ପାଠ ପଢ଼ିଥିଲେ । ଏହା ପରେ ସେ ଅନେକ ବର୍ଷ ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ଏହି ସମୟରେ ସେ ଧାର୍ମିକ ଅଧ୍ୟୟନ ମଧ୍ୟ ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ ସେ ଲେବାନୀ ୟୁନିୟନ ଫର୍ ମୁସଲିମ୍ ଷ୍ଟୁଡେଣ୍ଟ୍ସର ପ୍ରତିଷ୍ଠାରେ ଅଂଶ ଗ୍ରହଣ କରିଥିଲେ । ଏହି ସଂଗଠନ ଛାତ୍ରଙ୍କ ମଧ୍ୟରେ ଧାର୍ମିକ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ କାମ କରିଥାଏ ।
୧୯୯୦ରେ ନଇମ୍ କାସିମ ‘ମୁଭମେଣ୍ଟ ଅଫ୍ ଦି ଡିସପୋସେସ୍ଡ’ ରେ ସାମିଲ ହୋଇଥିଲେ । ଏହା ଏକ ରାଜନୈତିକ ସଂଗଠନ ଥିଲା । ଏହାର ସଂସ୍ଥାପକ ହେଉଛନ୍ତି ଇମାମ୍ ମୁସା ସଦର । ଏହାର ଉଦ୍ଦେଶ୍ୟ ଲେବନାନର ଐତିହାସିକ ଉପେକ୍ଷିତ ଏବଂ ଗରିବ ଶିୟା ସମୁଦାୟଙ୍କ ପାଇଁ ଅଧିକରୁ ଅଧିକ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱାରୋପ କରିବା । ପରବର୍ତ୍ତୀ ସମୟରେ ଏହା ଅମଲ ଆନ୍ଦୋଳନରେ ପରିବର୍ତ୍ତିତ ହୋଇଗଲା । ଏହା ଲେବନାନର ଗୃହଯୁଦ୍ଧ ସମୟରେ ମୁଖ୍ୟ ସଶସ୍ତ୍ର ସମୂହ ମଧ୍ୟରୁ ଅନ୍ୟତମ ଥିଲା । ଏହା ପରେ ନଇମ୍ ଇରାନର ସମର୍ଥନରୁ ଗଠନ ହୋଇଥିବା ନୂତନ ହିଜବୁଲ୍ଳାରେ ସାମିଲ ହୋଇଗଲେ । ୧୯୮୨ରେ ହିଜବୁଲ୍ଲା ଇସରାଏଲ ସହଯୋଗରେ ଲେବନାନ୍ ଉପରେ ଆକ୍ରମଣ କରିଥିଲା ଏବଂ ଦକ୍ଷିଣ କ୍ଷେତ୍ର ଉପରେ କବ୍ଚା କରିଥିଲା । ୧୯୯୧ରୁ ସେ ହିଜବୁଲ୍ଲାର ଉପ ମହାସଚିବ ଭାବେ କାର୍ଯ୍ୟ କରିଥିଲେ ।