ନୂଆଦିଲ୍ଲୀ: ଆଜିକାଲି ଜୀବଜନ୍ତୁ, ପଶୁ, ପକ୍ଷୀଙ୍କୁ ନେଇ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଅନେକ ସମୟରେ କିଛି ଲୋକଙ୍କ ପ୍ୟାଣ୍ଟ, ଶାର୍ଟ ଭିତରେ ଓ ଘର ଭିତରେ ମଧ୍ୟ ସାପ ପ୍ରବେଶ କରିଥିବାର ଭିଡିଓ ଭାଇରାଲ ହୋଇଥାଏ । ତେବେ ଏହା ମଧ୍ୟରେ ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ଚଟାଣରେ ମ୍ୟାଟ ପକାଇ ଶୋଇଥିବା ସମୟରେ ଜଣେ ମହିଳାଙ୍କ ଶରୀରରେ ଅଚାନକ ଏକ ଭୟଙ୍କର ନାଗ ସାପ ଗୁଡ଼େଇ ହେବାରେ ଲାଗିଥିଲା । ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ମନରେ ଭୟ ଜାଗ୍ରତ ହେବା ସ୍ୱାଭାବିକ ।
ଭାଇରାଲ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୦ ହଜାର ଲୋକ ଲାଇକ୍ କରିଛନ୍ତି । ଏଥିସହିତ ପାଖାପାଖି ୫ ହଜାର ଥର ତାହାକୁ ଶେୟାର ମଧ୍ୟ କରାଯାଇଛି । ଚଟାଣରେ ଜଣେ ମହିଳା ଶୋଇଥିବା ସମୟରେ ଅଚାନକ ନାଗରାସ ଆସିଥିଲେ । ଏହି ଭିଡିଓକୁ ଦେଖିବା ପରେ କାହାର ବି ହୃଦ୍ ସ୍ପନ୍ଦନ ବଢ଼ିଯିବ । ସାଧାରଣ ଭାବେ ସାପ ଏପରି ଏକ ଜୀବ, ଯାହାର ନାଁ ଶୁଣିବା ପରେ ଆମର ମନରେ ଭୟ ଜାଗ୍ରତ ହୋଇଥାଏ । ଆଖାପାଖରେ ସାପଟିଏ ଦେଖିଲେ ଲୋକମାନେ ପାଟି କରିବା ସହିତ ଦୌଡ଼ିବାରେ ଲାଗିଥାନ୍ତି । ଏହି କ୍ରମରେ ସାପଟି ଯଦି ଦୁର୍ଭାଗ୍ୟବଶତଃ କାହାର ପୋଷାକରେ ପଶିଯାଏ, ତେବେ ସ୍ଥିତି କ’ଣ ହେବ ଅନୁମାନ କରିବା ମୁସ୍କିଲ । ମହିଳା ଜଣଙ୍କ ଶୋଇଥିବା ସମୟରେ ଅଚାନକ ସାପଟି ତାଙ୍କ ଶରୀରରେ ପ୍ରବେଶ କରିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି, ମହିଳା ଜଣଙ୍କ ନିଘୋଡ଼ ନିଦରେ ଶୋଇଥିବା କାରଣରୁ ତାଙ୍କର ଆଖି ଖୋଲି ନଥିଲା । ତେବେ କ୍ୟାମେରା ମ୍ୟାନ କ’ଣ ପାଇଁ ମହିଳାଙ୍କୁ ସାହାଯ୍ୟ କଲେ ନାହିଁ ବୋଲି କିଛି ୟୁଜର୍ସ କମେଣ୍ଟ କରିଥିଲେ । ତେବେ ଏହା ଏକ ଧାମନ ସାପ, ଏହାକୁ ଇଂରାଜୀରେ ରେଟ ସ୍ନେକ କୁହନ୍ତି ଓ ଏହା ମଣିଷ ପ୍ରତି ବିପଦ ନୁହେଁ ବୋଲି ଆଉ ଜଣେ ୟୁଜର କହିଛନ୍ତି ।
View this post on Instagram