ନୂଆଦିଲ୍ଲୀ: ବୁଧବାର ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ସ୍ୱିଗି ଏହାର IPO ଖୋଲିବ । ବେଙ୍ଗାଲୁରୁ ଭିତ୍ତିକ କମ୍ପାନୀ IPOରୁ ୧୧ ହଜାର ୩୨୭ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛି । ଏଥିରେ ୪, ୪୯୯ କୋଟି ଟଙ୍କାର ନୂତନ ଶେୟାରର ଇସ୍ୟୁ ଏବଂ ୬, ୮୨୮ କୋଟି ଟଙ୍କାର OFS ସାମିଲ ରହିଛି । ସ୍ୱିଗି ଏହାର ଆଇପିଓ ପାଇଁ ଶେୟାର ପିଛିା ୩୭୧ରୁ ୩୯୦ ଟଙ୍କା ପର୍ଯ୍ୟନ୍ତ ପ୍ରାଇଜ୍ ବ୍ୟାଣ୍ଡ୍ ଧାର୍ଯ୍ୟ କରିଛି । ଆସନ୍ତା ନଭେମ୍ବର ୮ରେ ଏହି ଇସ୍ୟୁ ବନ୍ଦ ହୋଇଯିବ । କମ୍ପାନୀ ଏହାର ଆଙ୍କର ରାଉଣ୍ଡରେ ପ୍ରାୟ ୫୦୮୫ କୋଟି ଟଙ୍କା ସଂଗ୍ରହ କରିଛି । ବୁଧବାର ସାକାଳ କମ୍ପାନୀର ଶେୟାର ଗ୍ରେ ମାର୍କେଟରେ ୩୯୦ ଟଙ୍କା ଇସ୍ୟୁ ପ୍ରାଇଜ୍ ବିରୋଧରେ ୧୨ଟଙ୍କା ପ୍ରିମିୟମରେ ଟ୍ରେଡ୍ କରୁଥିବାର ଦେଖାଦେଇଥିଲା ।
ସ୍ୱିଗି ଫୁଡ୍ ମାର୍କେଟପ୍ଲେସର ସିଇଓ ରୋହିତ କପୁର ଭାଲୁଏସନ୍ ବିଷୟରେ କହିଛନ୍ତି, ‘ଆମେ ଭାବୁଛୁ ଏହାର ମୂଲ୍ୟ ସଠିକ ରଖାଯାଇଛି ଏବଂ କିଛି ଦିନ ପାଇଁ ଅପେକ୍ଷା କରିଛୁ । ସ୍ୱିଗିର ଭାଲୁଏସନ ଏବଂ ଉପର ପ୍ରାଇଜ୍ ବ୍ୟାଣ୍ଡ୍ ଉପରେ ପ୍ରାୟ ୧୧.୩ ଆରବ ଆମେରିକୀୟ ଡଲାର(ଭାରତୀୟ ମୁଦ୍ରାରେ ୯୫, ୦୦୦ କୋଟି) ରହିଛି ।’